ଯାଜପୁର: ବ୍ରାହ୍ମଣୀ ବାଲିଘାଟରେ ବେଆଇନ ବାଲିଚାଲାଣକୁ ନେଇ ଧର୍ମଶାଳା ତହସିଲ ପକ୍ଷରୁ ଆଜି ସକାଳୁ ଚଢ଼ାଉ ଜାରି ରହିଛି। ଧର୍ମଶାଳା ତହସିଲଦାର ସ୍ୱାଗତ ଦାସ ଓ ଅତିରିକ୍ତ ତହସିଲଦାର ଦେବୀ ମହାନ୍ତିଙ୍କ ସହ ସ୍ୱତନ୍ତ୍ର ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରୁଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2022/06/a86758c2-b773-4c88-80b8-3045bbb892e8.jpg)
ବାଲିଘାଟରୁ କେତେକ ବାଲିଖୋଳା ମେସିନ ସହ ଅନ୍ୟ ଗାଡ଼ି ବି ଜବତ ହୋଇଛି। ଗତକାଲି ଅଞ୍ଚଳବାସୀ ବ୍ରାହ୍ମଣୀ ବାଲିଘାଟରେ ବେଆଇନ ବାଲିଚାଲାଣ ହେଉଥିବା ନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ।
Follow Us