ଦୁଷ୍କର୍ମ ଅଭିଯୁକ୍ତକୁ କୋର୍ଟ ଚାଲାଣ

Advertisment
ଦୁଷ୍କର୍ମ ଅଭିଯୁକ୍ତକୁ କୋର୍ଟ  ଚାଲାଣ

କବାଟବନ୍ଧ: ଜେନାପୁର ଥାନା ଅଞ୍ଚଳର ଜଣେ ଦଳିତ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଆଜି ପୁଲିସ ଅପହରଣକାରୀ ନାବାଳକକୁ ଗିରଫକରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜେନାପୁର ଅଞ୍ଚଳର ଜଣେ ନାବାଳକ ଜଣେ ୧୫ ବର୍ଷୀୟା ନାବାଳିକାକୁ ଗତ ଡିସେମ୍ବର ୧ ତାରିଖରେ ଅପହରଣ କରିନେଇଥିଲା। ଏ ସଂପର୍କରେ ନାବାଳିକାର ବାପା ଜେନାପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨୭୮/୨୦୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ମାତ୍ର ଅପହରଣକାରୀ ସନାତନ ସଂପୃକ୍ତ ନାବାଳିକାକୁ ନେଇ ରାଜ୍ୟ ବାହାରକୁ ଚାଲିଯାଇଥିବାରୁ ପୁଲିସ ସେମାନଙ୍କର ଟେର ପାଇପାରୁ ନଥିଲା। ସୋମବାର ଅଭିଯୁକ୍ତ ସନାତନ ଟ୍ରେନ ଯୋଗେ ଉକ୍ତ ନାବାଳିକାକୁ ଧରି ତାମିଲନାଡୁରୁ ଯାଜପୁରରୋଡ ଆସୁଥିବାର ପୁଲିସ ଆଗୁଆ ସୂଚନା ପାଇ ଯାଜପୁରରୋଡ ଷ୍ଟେସନରେ ଜଗିରହିଥିଲା। ସନାତନ ଉକ୍ତ ନାବାଳିକାକୁ ଧରି ଟ୍ରେନରୁ ଓହ୍ଲାଇବା ମାତ୍ରେ ପୁଲିସ ସନାତନକୁ ଗିରଫ କରି ନାବାଳିକା ଜଣକୁ ଉଦ୍ଧାର କରିଥିଲା। ଅଭିଯୁକ୍ତ ନାବାଳକକୁ କୋର୍ଟ ଚାଲାଣ କରାଯାଇଥିବାର ଜେନାପୁର ଥାନା ଏସ୍ଆଇ ରମେଶ ଚନ୍ଦ୍ର ସାହାଣି ସୂଚନା ଦେଇଛନ୍ତି। ଡିଏସପି ସଂଗ୍ରାମ ଟୁଡୁ ଏହି ମାମଲାର ତଦନ୍ତ କରୁଛନ୍ତି। ନାବାଳକର ଜାମିନ ନମିଳିବାରୁ ତାକୁ ଅନୁଗୁଳ ସ୍ଥିତ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଧାରା ୧୬୪ ଅନୁଯାୟୀ ଆସନ୍ତାକାଲି କୋର୍ଟରେ ଉଦ୍ଧାର ନାବାଳିକାର ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe