ରସୁଲପୁର : ଚାଷୀ ନିଜେ ଉଜାଡ଼ୁଛି ନିଜ କ୍ଷେତ

Advertisment
ରସୁଲପୁର : ଚାଷୀ ନିଜେ ଉଜାଡ଼ୁଛି ନିଜ କ୍ଷେତ

ରସୁଲପୁର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ର ବାରବାଟୀ ଅଞ୍ଚଳ ପୂର୍ବ ଓଡ଼ିଶାର 'ପରିବା ଝୁଡ଼ି' ଭାବରେ ପରିଚିତ। ୧୬ ନମ୍ବର ଜାତୀୟ ରାଜପଥ କଡ଼ ଏହି ପରିବା ବଜାରରୁ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀ ପରିବା କିଣି ନେଇଥାନ୍ତି। ଏଠାରୁ ପରିବା କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ବାରିପଦା, କୋଲକାତା, ରା‌ଞ୍ଚି ଓ ଛତିଶଗଡ଼କୁ ମଧ୍ୟ ଯାଇଥାଏ।

ଗତବର୍ଷ ଏହି ସମୟରେ ପରିବା ଦର ଠିକ୍‌ଠାକ୍‌ ରହିଥିଲା। ଚଳିତ ବର୍ଷ ଚାଷୀ କମ୍ ଦାମରେ ବିକ୍ରି କରୁଛି। ଏହି ଦରରେ ବି ବ୍ୟବସାୟୀମାନଙ୍କୁ କାକୁତି ମିନତି କରିବାକୁ ପଡ଼ୁଛି। କାରଣ ଚାହିଦା ଅଭାବ ତଥା ବିକ୍ରି କରିବାରେ ଅସୁବିଧା ଥିବାରୁ ବ୍ୟବସାୟୀମାନେ ମଧ୍ୟ ପରିବା କିଣିବାକୁ ଅରାଜି ହେଉଛନ୍ତି। କିଆରିରୁ ପରିବା ତୋଳିବାକୁ ଯେତିକି ମଜୁରି ଖର୍ଚ୍ଚ ହେଉଛି, ବିକ୍ରି କଲେ ସେତିକି ମଧ୍ୟ ଆସୁନାହିଁ। ପରିସ୍ଥିତି ଏମିତି ହେଲାଣି ଯେ ବାଡ଼ିରୁ ପରିବା ତୋଳିବାକୁ ଚାଷୀ ଆଗ୍ରହ ପ୍ରକାଶ କରୁନାହାନ୍ତି। କେତେକ ଚାଷୀ ବାଧ୍ୟ ହୋଇ ଫସଲ କିଆରିରେ ଗୋରୁ ଛାଡ଼ି ଦେଉଛନ୍ତି।

publive-image YouTube

ଅନେକ ଭାଗଚାଷୀ ହୋଇଥିବାରୁ ସେମାନେ ସମବାୟ ସମିତିରୁ ଋଣ ପାଇପାରୁନାହାନ୍ତି। ବ୍ୟକ୍ତିଗତ ସୂତ୍ର ତଥା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କଠାରୁ ଚଢ଼ା ସୁଧରେ ଋଣ ଆଣିଥାନ୍ତି। ଏ ବର୍ଷ କେମିତି ଋଣ ଶୁଝାହେବ ସେଥିନେଇ ଚାଷୀ ଚିନ୍ତିତ। ବର୍ତ୍ତମାନ ଫସଲରେ କ୍ଷତିକୁ ଭରଣା କରିବାକୁ ଆଗାମୀ ଶୀତ ଦିନିଆ ଫସଲ ପାଇଁ ଆଗ୍ରହ ନାହିଁ କି ହାତରେ ଅର୍ଥ ନାହିଁ। ଯଦି ଏଠାରେ ଶୀତଳଭଣ୍ତାର ସୁବିଧା ରହିଥାନ୍ତା ତେବେ କିଛି ଦିନ ବଳକା ପନିପରିବା ମହଜୁଦ କରି ରଖାଯାଇପାରନ୍ତା ବୋଲି କହନ୍ତି ସିଂହାପୁର ଗ୍ରାମର ପରିବା ଚାଷୀ ସତ୍ୟାନନ୍ଦ ମଲିକ।

ସେହିପରି ସିଂହାପୁରର ଚାଷୀ ସତ୍ୟାନନ୍ଦ ଦାସ ଓ ଶରବଣାର ହରିହର ସାମଲଙ୍କ କହିବା କଥା ତୋଳିବା ମଜୁରି ମିଳୁନାହିଁ। ଆଗକୁ କେମିତି ଚାଷ କରିବୁ,ଋଣ ଶୁଝିବୁ ସେହି ଚିନ୍ତାରେ ନିଦ ହେଉନାହିଁ। ଏଥର ଫସଲରେ ତ କ୍ଷତି ହେଲା। ଆଗାମୀ ଫସଲ ପାଇଁ ହାତରେ ଟଙ୍କା ନାହିଁ। କରୋନା ଭୟ ଓ ପୁଲିସ ଭୟ ଯୋଗୁଁ ବାହାରୁ ବ୍ୟବସାୟୀ ଆସିପାରୁନାହାନ୍ତି। ତେଣୁ ପରିବା ବିକ୍ରି ହୋଇ ପାରୁନାହିଁ ବୋଲି ବାମଦେଇପୁରର ପରିବା ବେପାରୀ ପୀତବାସ ମଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe