ଯାଜପୁରରୋଡ : କୋରେଇ ବ୍ଲକ୍ ଅନ୍ତର୍ଗତ ଧନେଶ୍ବର ପଞ୍ଚାୟତ ବେଗନା ଠାରେପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପୁରୋହିତ ରଘୁନାଥ ପଣ୍ଡା ରଥପ୍ରତିଷ୍ଠା କରିବା ପରେ ରାଜକିଶୋର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଦାମ ଚରଣ ଦାଶ ଓ ସୁକାନ୍ତ କୁମାର ଦାଶ ଦିଅଁମାନଙ୍କୁ ପହଣ୍ଡି କରି ରଥାସୀନ କରାଇଥିଲେ। ପ୍ରାକ୍ତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆ ଛେରାପହଁରା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଯୋଗଦେଇ ନବନିର୍ମିତ ଗୁଣ୍ଡିଚା ମନ୍ଦିର ଓ ରଥଟଣାକୁ ଉଦ୍ଘାଟନ କରିଥିଲେ। ଦୀନବନ୍ଧୁ ଖୁଣ୍ଟିଆ, କୃଷ୍ଣଚନ୍ଦ୍ର ସ୍ବାଇଁ, ନବଘନ ଦାସ, କାଳନ୍ଦୀ ପଣ୍ଡାଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମନ୍ଦିରର ମୁଖ୍ୟଟ୍ରଷ୍ଟି ପଣ୍ଡିତ ଡ. ସୂର୍ଯ୍ୟମଣି ଖୁଣ୍ଟିଆ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ବେଗନାରେ ରଥ ଟାଣିଲେ ଜିଲ୍ଲାପାଳ
Advertisment
Follow Us