ଜନଗହଳି ଭିତରେ ବୁଲିଲା ଦନ୍ତା: ଦୋକାନ-ବଜାର ବନ୍ଦ, ଲୋକେ ଭୟଭୀତ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ଜଙ୍ଗଲର ହ୍ରାସ ଯୋଗୁଁ ବନ୍ୟପ୍ରାଣୀମାନେ ଆଉ ସୁରକ୍ଷିତ ନାହାନ୍ତି। ସରକାରୀ ଯୋଜନା ଯେତେ ଯାହା ପ୍ରଚାର ହେଉ ପ‌ଛେ ବାସ୍ତବତା ହେଉଛି ଭିନ୍ନ। ବନ୍ୟପ୍ରାଣୀମାନେ ଆଉ ଭଲ ପରିବେଶ ପାଉ ନାହାନ୍ତି।

kaliapani

କାଳିଆପାଣି: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ଜଙ୍ଗଲର ହ୍ରାସ ଯୋଗୁଁ ବନ୍ୟପ୍ରାଣୀମାନେ ଆଉ ସୁରକ୍ଷିତ ନାହାନ୍ତି। ସରକାରୀ ଯୋଜନା ଯେତେ ଯାହା ପ୍ରଚାର ହେଉ ପ‌ଛେ ବାସ୍ତବତା ହେଉଛି ଭିନ୍ନ। ବନ୍ୟପ୍ରାଣୀମାନେ ଆଉ ଭଲ ପରିବେଶ ପାଉ ନାହାନ୍ତି। ସେଥି ପାଇଁ ସେମାନେ ଅସ୍ଥିର ହୋଇ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ସାଂପ୍ରତିକ ପରିସ୍ଥିତିରେ ଜଙ୍ଗଲର ସବୁଠାରୁ ବିଶାଳ ଜନ୍ତୁ ହାତୀମାନେ ମଧ୍ୟ ବ୍ୟସ୍ତ ହୋଇ ପଡ଼ିଛନ୍ତି।

ଆଜି ସକାଳୁ ଯାଜପୁର-କେନ୍ଦୁଝର ଜିଲ୍ଲା ସୀମାନ୍ତରେ ଏକ ଦନ୍ତାହାତୀର ରୋଡ଼ ସୋ’ ଦେଖିବାକୁ ମିଳିଛି। ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡର ଦୈତାରୀ ରେବଣା ପଳାସପାଳ ସଂରକ୍ଷିତ ଜଙ୍ଗଲର ବଳିପର୍ବତ ଜଙ୍ଗଲରେ ଏହି ଦନ୍ତା ଥିଲା। ଆଜି ସକାଳ ୭ଟାରୁ ପଞ୍ଚମ ଓ ରୁଗୁଡ଼ିପଙ୍ଗା ଗାଁ ପାଖ ଦୈତାରୀ-ଡୁବୁରି ଏକ୍ସପ୍ରେସ ହାଇୱେ ସଡ଼କରେ ୫ କିଲୋମିଟର ଚାଲିଚାଲି ଦୈତାରୀ ଥାନା ଓ ବ୍ରାହ୍ମଣୀପାଳ ବନାଞ୍ଚଳ ଅଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ବେଧଡ଼କ ବୁଲିଥିଲା। 

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡର ଦୈତାରୀ ରେବଣା ପଳାସପାଳ ସଂରକ୍ଷିତ ଜଙ୍ଗଲର ବଳିପର୍ବତ ଜଙ୍ଗଲରେ ଏହି ଦନ୍ତା ଥିଲା। ଆଜି ସକାଳ ୭ଟାରୁ ପଞ୍ଚମ ଓ ରୁଗୁଡ଼ିପଙ୍ଗା ଗାଁ ପାଖ ଦୈତାରୀ-ଡୁବୁରି ଏକ୍ସପ୍ରେସ୍‌ ହାଇୱେରେ ୫ କିଲୋମିଟର ଚାଲିଚାଲି ଯାଇଥିଲା। 

ବ୍ରାହ୍ମଣୀପାଳ ବଜାରରେ ଏମୁଣ୍ଡରୁ ସେମୁଣ୍ଡ ବୁଲିଥିଲା। ହାତୀ ଭୟରେ ଆଜି ସବୁ ଦୋକାନ ବଜାର ବନ୍ଦ ହୋଇଗଲା। ଯାଜପୁର- କେନ୍ଦୁଝର ଜିଲ୍ଲା ସୀମାନ୍ତ ଟାଟାଷ୍ଟିଲ ବ୍ରାହ୍ମଣୀପାଳ ଫେରୋ ଆଲଏଜ କାରଖାନାର ଫାଟକ ଭାଙ୍ଗି କଲୋନିରେ ବୁଲିଥିଲା। କଲୋନି ପଛ ପଟେ ଜଙ୍ଗଲ ପାର ହୋଇ କୁଶଭଦ୍ରା(କୁଶେଇ) ନଦୀରେ ପଶି ଜଳକ୍ରୀଡ଼ା କରିଥିଲା। ସ୍ଥାନୀୟ ଲୋକେ ଏବେ ହାତୀ ‌ଯୋଗୁଁ ଭୟଭୀତ ଅବସ୍ଥାରେ ଅଛନ୍ତି। ସେମାନେ ଏହି ଦନ୍ତାକୁ ଘଉଡ଼ାଇବା ପାଇଁ ବନ ବିଭାଗକୁ ଅନୁରୋଧ କରିଛନ୍ତି। 

ରିପୋର୍ଟ: ରବି ନାରାୟଣ କର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe