୩.୬୩ ଲକ୍ଷ ଲୁଟ୍‌

୩.୬୩ ଲକ୍ଷ ଲୁଟ୍‌

କଟକ/ଯାଜପୁରସଦର : ଆଜି ଯାଜପୁରର ଆଙ୍କୁଲା-ପାଣିକୋଇଲି ରାସ୍ତା ଏବଂ ଜାତୀୟ ରାଜପଥର ଜଗତପୁର ବିରୂପା ବ୍ରିଜ୍‌ ନିକଟରେ ୩ ଟି ପୃଥକ୍‌ ଲୁଟ୍‌ ଘଟଣା ଘଟିଛି। ଦୁର୍ବତ୍ତମାନେ ଉଭୟ ସ୍ଥାନରୁ ସମୁଦାୟ ୩ ଲକ୍ଷ ୬୩ ଜଜାର ଟଙ୍କା ଲୁଟି ନେଇଛନ୍ତି।

ଯାଜପୁରରେ କୋଟାକ୍‌-ମହେନ୍ଦ୍ରା ବ୍ୟାଙ୍କ କର୍ମଚାରୀ ପ୍ରତାପ କୁମାର ଦାସ ଗୋବର୍ଦ୍ଧନପୁର ଅଞ୍ଚଳରୁ ୧.୬୩ଲକ୍ଷ ଟଙ୍କା ସଂଗ୍ରହ କରି ଆଙ୍କୁଲା-ପାଣିକୋଇଲି ରାସ୍ତା ଦେଇ ଯାଜପୁରଟାଉନକୁ ଫେରୁଥିଲେ। ପାଣିକୋଇଲି ଠାରୁ କିଛି ଦୂର ଯମୁନା ବ୍ରିଜ ନିକଟରେ ୩ ଜଣ ଦୁର୍ବୃତ୍ତ ୟାମାହା ଆର ୱାନ୍‌ -୫ଗାଡିରେ ଆସି ତାଙ୍କୁ ଅଟକାଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗିବା ସହିତ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବାମ ହାତ ଓ ଗୋଡ଼କୁ କାଟି ଦେଇଥିଲେ। ଶ୍ରୀ ଦାସ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ନେଇ ସେଠାରୁ ଦ୍ରୁତଗତିରେ ଚମ୍ପଟ ମାରିଥିଲେ।

ସେହିଭଳି, ଭଦ୍ରକ ଜିଲ୍ଲା ଦୋବଲ ଅଞ୍ଚଳର ଜଣେ ଅଟା ବ୍ୟବସାୟୀ ବଳରାମ ନାୟକ ନିଜ ସାନ ପୁଅ ଏକ ବୋଲେରୋ ଗାଡ଼ିରେ ଯାଉଥିବାବେଳେ ଦୁହିଁଙ୍କୁ ଭୁଜାଲିରେ ଆକ୍ରମଣ କରି ୨ ଦୁର୍ବୃତ୍ତ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୁଲିସ ଟିମ୍‌ ମଙ୍ଗୁଳି ଟୋଲ୍‌ ଗେଟ୍‌ରେ ଖଞ୍ଜା ହୋଇଥିବା ସିିସି କ୍ୟାମେରା ଯାଞ୍ଚ କରି ଦୁର୍ବୃତ୍ତଙ୍କ ଗତିିବିଧି ଅନୁଧ୍ୟାନ କରୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୁର୍ବୃୃତ୍ତଙ୍କ ପତ୍ତା ମିଳିପାରି ନାହିଁ । ବୋଲେରୋ ଡ୍ରାଇଭର୍‌କୁ ପୁଲିସ ଥାନାରେ ରଖି ଘଟଣା ସମ୍ପର୍କରେ ଜେରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe