ଯାଜପୁର: ଆଜି ମାଟ୍ରିକ ପରୀକ୍ଷା ଶେଷ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହ ଘରକୁ ଫେରିଛନ୍ତି। ଏହାରି ଭିତରେ ଜଣେ ଦିବ୍ୟାଙ୍ଗ ଛାତ୍ର ନିଜର ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସେ ବି ସଫଳ ହେବାର ଦୃଢ଼ୋକ୍ତି ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ହୋଇଛି। ଯାଜପୁର ପୌରପାଳିକା ଅନ୍ତର୍ଗତ ୨ ନମ୍ବର ୱାର୍ଡର କୁନ୍ତଳା ସାହୁଙ୍କ ଦିବ୍ୟାଙ୍ଗପୁଅ ସତ୍ୟରଂଜନ ସାହୁ ପରୀକ୍ଷା ସାରି ଜଣକ କାନ୍ଧରେ ଫେରୁଥିବା ବେଳେ ଆମ ପ୍ରତିନିଧିଙ୍କ ନଜରକୁ ଆସିଥିଲେ।
ତାଙ୍କୁ ପରୀକ୍ଷା ସଂପର୍କରେ ପ୍ରଶ୍ନ କରିବାରୁ ଚଳିତ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ସହ ଜୀବନରେ ଶିକ୍ଷକତା କରିବାର ଲକ୍ଷ୍ୟ ରଖିଥିବା କହିଥିଲେ। ସଂପର୍କରେ ନିଜର ମତ ରଖିଛନ୍ତି। ଶ୍ରୀ ସାହୁ ସହରସ୍ଥ ମ୍ୟୁନିସପାଲିଟ ହାଇସ୍କୁଲର ଛାତ୍ର ହୋଇଥିବା ବେଳେ ବିରଜା ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିଲେ। ପୁଅର ଏପରି ଉଦ୍ୟମ ଓ ପ୍ରଚେଷ୍ଟା ଦେଖି ମା’ ମଧ୍ୟ ଭାବବିହ୍ବଳ ହେବା ସହ ପୁଅର ଉତ୍ତମ ଭବିଷ୍ୟତ କାମନା କରିଥିଲେ। ଚାଲିବାକୁ ସକ୍ଷମ ନଥିବା ସତ୍ୟରଂଜନ ସ୍କୁଲ ଶିକ୍ଷକଙ୍କ ସହଯୋଗ ଏବଂ ଘରୋଇ କୋଚିଂରୁ ଶିକ୍ଷାଲାଭ କରି ନିଜ ଭବିଷ୍ୟତକୁ ଗଢ଼ିବାକୁ ଆରମ୍ଭ କରିଥିବା ପ୍ରଚେଷ୍ଟା ସଫଳ ହେଉ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।
Follow Us