ନିଶା ଦେଇ ଲୁଟି‌ଲେ

Advertisment
ନିଶା ଦେଇ ଲୁଟି‌ଲେ

ଛତିଆ: ଜଣେ ଯୁବକକୁ ଥଣ୍ଡା ପାନୀୟରେ ନିଶା ଦେଇ ଟଙ୍କା ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ। କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅଧୀନସ୍ଥ ଚାନ୍ଦୋଳ ପଲେଇ ଗ୍ରାମର ପ୍ରଭାକର ବାରିକଙ୍କ ପୁଅ ସୂର୍ଯ୍ୟକାନ୍ତ ଦିଲ୍ଲୀରେ ସାମସଙ୍ଗ ମୋବାଇଲ କମ୍ପାନିର ସପ୍ଟୱେର ଅପରେଟର ଭାବେ କାର୍ଯ୍ୟ କରନ୍ତି । ସେ କମ୍ପାନିରୁ ଛୁଟି ନେଇ ଗତ ୯ତାରିଖ ରାତିରେ ପୁରୁଷୋତ୍ତମ ଏକ୍ସପ୍ରେସରେ ଦିଲ୍ଲୀରୁ କଟକ ଆସୁଥି‌ଲେ। ତେବେ ଶୋଇପଡ଼ିବାରୁ କଟକ ଷ୍ଟେସନ ପରିବର୍ତ୍ତେ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇ ପୁଣି କଟକ ଫେରିଥିଲେ। ଭୋର ସମୟରେ ଚାନ୍ଦୋଳ ଯିବାକୁ ବସ୍‌ ନ ମିଳିବାରୁ ଅଟକି ରହିଥିଲେ। ଜଣେ ବୟସ୍କ ଲୋକଙ୍କ କଥାରେ ବିଶ୍ବାସ କରି ତାଙ୍କ ସହ ବାଇକ୍‌ରେ ଯିବାକୁ ବାହାରିଥିଲେ। ବାଇକରେ ସୂର୍ଯ୍ୟକାନ୍ତଙ୍କୁ ମିଶାଇ ତିନିଜଣ ଚଣ୍ଡିଖୋଲ ଅଭିମୁଖେ ଆସିଥିଲେ । ୧୬ନମ୍ବର ଜାତୀୟ ରାଜପଥର ରାସ୍ତା କଡରେ ଥିବା ଏକ ଦୋକାନରୁ ଥଣ୍ଡା ପାନୀୟ ଆଣି ସୂର୍ଯ୍ୟକାନ୍ତକୁ ଦେଇଥିଲେ । ସୂର୍ଯ୍ୟକାନ୍ତ ସଂଜ୍ଞାହୀନ ହୋଇପଡିବାରୁ ଲୁଟେରା ମାନେ ରାସ୍ତା କଡରେ ପକାଇ ସମସ୍ତ ଟଙ୍କା,ସୁନା,କମ୍ପାନିର ଜରୁରୀ କାଗଜପତ୍ର ସହ ସାର୍ଟିଫିକେଟ ଲୁଟି ନେଇଥିଲେ। ସ୍ଥାନୀୟ ଲୋକ ରାସ୍ତା କଡରୁ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୂର୍ଯ୍ୟକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିବା ପରେ ପରିବାର ଲୋକେ ଘରକୁ ନେଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe