ମଦୁଆ ପୁଅ ମାଡ଼ରେ ମାଆର ମୃତ୍ୟୁ, ଅଭିଯୁକ୍ତ ଗିରଫ

Advertisment
ମଦୁଆ ପୁଅ ମାଡ଼ରେ ମାଆର ମୃତ୍ୟୁ, ଅଭିଯୁକ୍ତ ଗିରଫ

photo by : twimg.com

କାଳିଆପାଣି : ଦୈତାରି ଥାନା ଅନ୍ତର୍ଗତ ରେବଣା ପଳାସପଳା ଗାଁରେ ଗତକାଲି ଏକ ଅଭାବନୀୟ କାଣ୍ଡ ଘଟିଛି। ଜନୈକ ମଦ୍ୟପ ପୁଅର ମାଡ଼ରେ ବିଧବା ମାଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ମହାନ୍ତସାହିର ସ୍ୱର୍ଗତ କଷ୍ଟୁ ନାଏକଙ୍କ ପତ୍ନୀ ମାଳତୀ ବୋଲି ଜଣାପଡ଼ିଛି। ପୁଲିସ୍‌ ଅଭିଯୁକ୍ତ ପୁଅ ବିଦ୍ୟାଧର(୩୨)କୁ ଗିରଫକରି ଆଜି ଜେଲ୍‌ ପଠାଇଛି। ଘଟଣାକୁ ନେଇ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ଅଭିଯୁକ୍ତ ଯୁବକର ବ୍ୟବହାରରେ ଅତିଷ୍ଠହୋଇ ତାଙ୍କ ପତ୍ନୀ ଓ ପିଲାଛୁଆ କିଛିଦିନ ତଳେ ନିଜ ବାପଘରକୁ ପଳାଇଥିଲେ। ଗତ ଶନିବାର ଦିନ ସାମାନ୍ୟ କଥାକୁ ନେଇ ଅଭିଯୁକ୍ତ ନିଶାଗ୍ରସ୍ତ ପୁଅ ନିଜ ଜନ୍ମଦାତ୍ରୀ ମାଆର ମୁଣ୍ଡକୁ ଏକ କାଠଫାଳିଆରେ ଶକ୍ତ ପ୍ରହାର କରି ଘରୁ ପଳାଇଥିଲା। ପଡ଼ୋଶୀ ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବୃଦ୍ଧାଙ୍କୁ ନେଇ ଗାଁ ଡାକ୍ତରଖାନା ଯାଇଥିଲେ। ପ୍ରାଥମିକ ଚିକିତ୍ସାପରେ ଅର୍ଥାଭାବ ଓ ସଚେତନତା ଅଭାବରୁ ଡାକ୍ତରଙ୍କ ପରାମର୍ଶ ନମାନି ଉଚ୍ଚତର ଚିକିତ୍ସା କରିନଥିଲେ। ବରଂ ଗୁରୁତର ଅବସ୍ଥାରେ ଥିବା ସଂପୃକ୍ତ ବୃଦ୍ଧା ଘରକୁ ପଳାଇ ଆସିଥିଲେ। ଗତକାଲି ସକାଳ ଶୋଇବା ଘରେ ତାଙ୍କ ମୃତଦେହ ଠାବ କରାଯାଇଥିଲା। ବୃଦ୍ଧାଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ଭାଇ ସୁଦର୍ଶନ ନାଏକ ଥାନାରେ ଏତଲା ଦାଏର କରିଥିଲେ। ପୁଲିସ୍‌ ଗତକାଲି ଅଭିଯୁକ୍ତକୁ ସେହି ଗାଁରୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe