ବାପାର ନାକ କାମୁଡ଼ି ଛିଣ୍ଡାଇଲା ପୁଅ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ବାପାର ନାକ କାମୁଡ଼ି ଛିଣ୍ଡାଇଲା ପୁଅ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ବ୍ୟାସନଗର: ବାପାର ନାକ କାମୁଡ଼ି ଛିଡ଼ା​ଇ ଦେଇଛି ପୁଅ। ଯାଜପୁରରୋଡ ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ତା’ ଆକ୍ରମଣରେ ଦୁଇ ପଡ଼ୋଶୀ ମଧ୍ୟ ଆହତ ହୋଇଛନ୍ତି। ଅଭିଯୁକ୍ତ ପୁଅ ବିଭୂତି ସାମଲକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ଗତକାଲି ସନ୍ଧ୍ୟାରେ ବିଭୂତି ପ୍ରଚୁର ମଦ ପିଇ ଘରକୁ ଫେରି ପଡ଼ୋଶୀଙ୍କୁ ଗାଳିଗୁଲଜ କରିଥିଲା। ପୁଅର ଏଭଳି କାର୍ଯ୍ୟକଳାପକୁ ବାପା ଶତ୍ରୁଘ୍ନ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଅ ବିଭୂତି ବାପା ଶତ୍ରୁଘ୍ନଙ୍କୁ ମାଡ଼ ମାରିବା ସହ ନାକକୁ କାମୁଡ଼ି ଦେଇଥିଲା। ପଡ଼ୋଶୀ ଏହାକୁ ବିରୋଧ କରିବାରୁ ୨ ଜଣଙ୍କୁ ପାଲଟା ଆକ୍ରମଣ କରି ରକ୍ତାକ୍ତ କରିଥିଲା। ସେମାନଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ଅଭିଯୁକ୍ତ ବିଭୂତିର କୋଭିଡ୍‌ ପରୀକ୍ଷା ପରେ କେସ ନମ୍ବର ୫୯୪/୨୩ ରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe