୫୪୦୦ ଗ୍ରେଡ୍‌ ପେ ଦାବିରେ କଳାବ୍ୟାଜ ପିନ୍ଧିଲେ ଏସଏସବି ଅଧ୍ୟାପକ

୫୪୦୦ ଗ୍ରେଡ୍‌ ପେ ଦାବିରେ କଳାବ୍ୟାଜ ପିନ୍ଧିଲେ ଏସଏସବି ଅଧ୍ୟାପକ

ବ୍ୟାସନଗର: ୫୪୦୦ ଗ୍ରେଡ୍‌ ପେ ଦାବିରେ ଯାଜପୁର ଜିଲ୍ଲାର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଏସ୍‌ଏସ୍‌ବି ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପକ୍ଷରୁ ଗୁରୁ ଦିବସଠାରୁ ଆରମ୍ଭ ହୋଇଥିବା କଳାବ୍ୟାଜ୍ ପରିଧାନ ପ୍ରତିବାଦ ସୋମବାର ସପ୍ତମ ଦିନରେ ପହଞ୍ଚିଛି। ଏହିକ୍ରମରେ ସପ୍ତମ ଦିନରେ ଯାଜପୁରରୋଡ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ କାର୍ଯ୍ୟରତ ଏସ୍‌ଏସ୍‌ବି ଅଧ୍ୟାପକଅଧ୍ୟାପିକାମାନେ କଳାବ୍ୟାଜ୍ ପିନ୍ଧି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଛନ୍ତି।
ଯାଜପୁର ଜିଲା ଏସ୍‌ଏସ୍‌ବି ଅଧ୍ୟାପକ ସଂଘର ସଭାପତି ରଜତକାନ୍ତ ଦାଶ କହିଛନ୍ତି ଯେ ଡିଗ୍ରି କଲେଜରେ ନିଯୁକ୍ତି ପାଇଥିବା ସତ୍ତ୍ୱେ ସେମାନଙ୍କୁ ଅଧ୍ୟାପକ ମାନ୍ୟତାର ଦରମା ମିଳୁନାହିଁ। ତେଣୁ ଗ୍ରେଡ୍‌ ପେ’କୁ ୪୬୦୦ରୁ ୫୪୦୦କୁ ବୃଦ୍ଧି ପରିବା ପାଇଁ ଏସ୍‌ଏସ୍‌ବି ଅଧ୍ୟାପକଅଧ୍ୟାପିକାମାନେ ୨୦୧୬ରୁ ଦାବି କରିଆସୁଛନ୍ତି। ଏସ୍‌ଏସ୍‌ବି ରାଜ୍ୟ ସଂଘର ନିଷ୍ପତ୍ତିକ୍ରମେ ଆଗାମୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe