ପାଟ୍ରୋଲିଂ କରୁଥିବା ସମୟରେ ଚଢ଼ିଗଲା ହାଇୱା: ସବ୍ ଇନ୍ସପେକ୍ଟରଙ୍କର ମୃତ୍ୟୁ

Advertisment
ପାଟ୍ରୋଲିଂ କରୁଥିବା ସମୟରେ ଚଢ଼ିଗଲା ହାଇୱା: ସବ୍ ଇନ୍ସପେକ୍ଟରଙ୍କର ମୃତ୍ୟୁ

ଯାଜପୁର: ପାଟ୍ରୋଲିଂ କରୁଥିବା ସମୟରେ ସବ୍ ଇନ୍ସପେକ୍ଟର ସୁଜିତ କୁମାର ପାଣ୍ଡବ(୪୦)ଙ୍କ ଉପରେ ଏକ ହାଇୱା ମାଡ଼ିଯାଇଥିବାର ଖବର ମିଳିଛି। କାର୍ଯ୍ୟରତ ଥିବା ସମୟରେ ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ସୁଜିତ କୁମାର ପାଣ୍ଡବ ନିଜ ଡିଉଟି କରୁଥିବା ସମୟରେ ନଳାଙ୍ଗଠାରେ ତାଙ୍କ ଉପରେ ଯାଇଥିଲା ହାଇୱା ଗାଡ଼ି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଯାଜପୁରରୁ କଟକ ନିଆଯାଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ହାଇୱା ଗାଡ଼ିକୁ ଜବତ କରିବା ସହ ପୁଲିସ ଡ୍ରାଇଭରଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe