ରେଳ ଧାରଣାରୁ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ

Advertisment
ରେଳ ଧାରଣାରୁ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ

ଯାଜପୁର: ଡେଥ ଜୋନ ପାଲଟିଛି ଖୋସାଲିପୁର ରେଳ ଧରଣା। ସପ୍ତାହକ ମଧ୍ୟରେ ଏଠାରେ ୩ଜଣଙ୍କର ମୁଣ୍ଡ ଗଡ଼ିଲାଣି। ହରିଦାସପୁର-ଧାନମଣ୍ଡଳ ରେଳ ଲାଇନର ଖୋସାଲିପୁର ରେଳ ଧାରଣାରୁ ଆଜି ଜଣେ ଅଜଣା ମହିଳାଙ୍କ ମୃତଦେହ ଠାବ କରାଯାଇଛି। ଗତ ଏକ ସପ୍ତାହ ମଧ୍ୟରେ ଏହାକୁ ମିଶାଇ ଏହି ସ୍ଥାନରେ ୩ଜଣଙ୍କର ମୃତ୍ୟୁ ଘଟିଲାଣି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେବା ସହ ନାନା ଚର୍ଚ୍ଚା ଆଲୋଚନା ଜୋର ଧରିଛି।

ସୂଚନା ଅନୁସାରେ ଆଜି ସକାଳୁ ରେଳ ଧାରଣାରେ ଜଣେ ମହିଳା ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଧାନମଣ୍ଡଳ ପୁଲିସ ଉପସ୍ଥିତ ରହିଥିବା ବେଳେ ଏନେଇ ଜିଆରପି ପୁଲିସକୁ ଅବଗତ କରାଇଛି। ତେବେ ମୃତ ମହିଳାଙ୍କ ପରିଚୟ ମିଳି ପାରିନଥିବା ବେଳେ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଛି ନା ମୃତ୍ୟୁର ଆଉ କିଛି କାରଣ ରହିଛି, ସେ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe