ନୀଳାଚଳ ବିସ୍ଥାପିତଙ୍କ ଦୁର୍ଗତି: ରାତି କଟାଉଛନ୍ତି ରାସ୍ତାରେ, ଅନଶନକାରୀ ଅସୁସ୍ଥ

ନୀଳାଚଳ ବିସ୍ଥାପିତଙ୍କ ଦୁର୍ଗତି: ରାତି କଟାଉଛନ୍ତି ରାସ୍ତାରେ, ଅନଶନକାରୀ ଅସୁସ୍ଥ

ଦାନଗଦୀ: କାରଖାନା ପାଇଁ ଜମି ଗଲା। ଭିଟାମାଟି ହରାଇଲେ। ଏଣେ ପରିବାର ମୁଖ୍ୟଙ୍କ ମୃତ୍ୟୁ ପରେ ଚାକିରି ଯିବା ସହ ରୋଜଗାର ବି ବନ୍ଦ ହୋଇଗଲା। ଏବେ ନ୍ୟାୟ ଦାବିରେ ଏହି ବିସ୍ଥାପିତ ପରିବାରର ଉତ୍ତରାଧିକାରୀଙ୍କ ରାତି କଟୁଛି ରାଜରାସ୍ତାରେ। ମାତ୍ର ଶୁଣିବାକୁ କେହି ନାହାନ୍ତି। ନା କାରଖାନା କର୍ତ୍ତୃପକ୍ଷ ନା ପ୍ରଶାସନ। ସମସ୍ତେ ନିରବଦ୍ରଷ୍ଟା। ଉତ୍ତରାଧିକାରୀଙ୍କ ନିଯୁକ୍ତି ଦାବିରେ ଅନଶନ ଚଳାଇଥିବା ବିଜୟ ମହାନ୍ତ ରାତିରେ ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତଥାପି ପ୍ରଶାସନ ତତ୍କାଳ ସମାଧାନ ପନ୍ଥା ବାହାର କରିବା ପରିବର୍ତ୍ତେ ସୋମବାରକୁ ଆଲୋଚନା ନିମନ୍ତେ ଦିନ ଧାର୍ଯ୍ୟ କରିଛି। ଗତ ୨୯ ଦିନ ହେବ ନୀଳାଚଳ କାରଖାନା ସାମ୍‌ନାରେ ବାସଚ୍ୟୁତ ପରିବାର ଅହୋରାତ୍ର ଧାରଣାରେ ବସି ରହିଛନ୍ତି। କାରଖାନାରେ ନିଯୁକ୍ତି ପାଇଥିବା ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦେବାକୁ ଦାବି କରୁଛନ୍ତି।
ଏହି ଧାରଣାରେ ବିସ୍ଥାପନ ବିରୋଧୀ ଜନମଞ୍ଚ, ବିସ୍ଥାପିତ ଜମିହରା ଉନ୍ନୟନ କମିଟି ଓ ସବୁଜ କୃଷିକ୍ଷେତ୍ର ବଞ୍ଚାଅ କମିଟି ମଧ୍ୟ ସାମିଲ ହୋଇଛନ୍ତି। ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ସୋମବାର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍. ଟପ୍ପୋ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe