ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ପଣସା ପଞ୍ଚାୟତ ଅନ୍ତର୍ଗତ ପାଟପୁର ରଘୁନାଥପୁର ଗାଁରେ ଆଜି ସକାଳୁ ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତକ ହେଲେ ବାବୁ ଖାଁଙ୍କ ପତ୍ନୀ ସୁରବାଲି ଚତର (୩୩)। ମୃତଦେହ  ଝୁଲୁଥିବାର ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହି ଗାଁରେ ଦିନକୁ ଦିନ ମଦ ବିକ୍ରି ଓ ମଦ ପିଇବାକୁ କେନ୍ଦ୍ର କରି ଏପରି କାର୍ଯ୍ୟ ଘଟିଛି ବୋଲି ଅନୁମାନ କରାଯାଉଛି। ଏହି ଗାଁର କେତକ ହରିଜନ ଶ୍ରେଣୀର ଲୋକ ଘରେ ରଖି ଦେଶୀ ମଦ ବିକ୍ରି କରୁଛନ୍ତି ବୋଲି ଗ୍ରାମର ଲୋକେ ବହୁବାର ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe