ଯାଜପୁର: ଚୋରି ପରେ ମଟରସାଇକେଲ ଛାଡ଼ି ପଳାଇଲା ଚୋର

Advertisment
ଯାଜପୁର: ଚୋରି ପରେ ମଟରସାଇକେଲ ଛାଡ଼ି ପଳାଇଲା ଚୋର

ଯାଜପୁର/ରଗଡି: ଯାଜପୁରରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ରାତିରେ ଘରେ ପଶି ଚୋର ଚୋରି କରିବା ପରେ ତରବରିଆ ଭାବେ ଗାଡ଼ି ଛାଡି ପଲାଇଯାଇଛି। ଜାଣିବାକୁ ମିଳିଛି ଯେ କୋରେଇ ଥାନା କୋରାବନ୍ଦି ଗ୍ରାମର ନିନି ରାଉତଙ୍କ ଘରେ ଦୁଇ ଜଣ ଚୋର ଝରକା ତାଡ଼ି ପ୍ରବେଶ କରିଥିଲେ। ଚୋର ୪୦ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ସହ ଏକ ବାଇକ୍‌କୁ ଚୋରି କରୁଥିଲେ। ଘର ଲୋକ ଉଠି ପଡିବା ପରେ ଚୋର ଭୟଭୀତ ହୋଇ କେବଳ ଟଙ୍କା ଓ ମୋବାଇଲ୍‌ ଧରି ନେଇଥିବା ଗାଡ଼ିକୁ(ଓଡି-୩୪-ପି-୫୦୪୩) ଛାଡ଼ି ପଳାଇ ଯାଇଛନ୍ତି। ଚୋର ଏହି ଗାଡ଼ି ଛାଡି ପଳାଇବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe