ଆଜି ପବିତ୍ର ମହାବାରୁଣୀ ସ୍ନାନ: ଦଶାଶ୍ୱମେଧ ଘାଟ ଓ ରୁଷିକୂଲ୍ୟା ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆଜି ପବିତ୍ର ମହାବାରୁଣୀ ସ୍ନାନ: ଦଶାଶ୍ୱମେଧ ଘାଟ ଓ ରୁଷିକୂଲ୍ୟା ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ଆଜି ପବିତ୍ର ମହାବାରୁଣୀ ସ୍ନାନ। ଯାଜପୁରର ବୈତରଣୀ ନଦୀ କୂଳ ପବିତ୍ର ଦଶାଶ୍ୱମେଧ ଘାଟଠାରେ ବାରୁଣୀ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସକାଳ ୭ଟା ୯ ମିନିଟରୁ ଦିନ ୧୨ଟା ୫୭ ମିନିଟ ପର୍ଯ୍ୟନ୍ତ ଶୁଭଯୋଗ ସମୟ ନିର୍ଘଣ୍ଟ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ବୁଡ଼ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାକୁ ଶ୍ରଦ୍ଧାଳୁମାନେ ଆସିଛନ୍ତି। ଏହି ଦିନ ତୀର୍ଥ ପୁଷ୍କରିଣୀରେ ସ୍ନାନ କଲେ ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି। ଭିଡକୁ ଦୃଷ୍ଟିରେ ରଖି ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଠାରେ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଥିବା ବେଳେ ବ୍ୟାରିକେଟ ଓ ଖରା ଦୃଷ୍ଟିରୁ ଜଳଛତ୍ର ବ୍ୟବସ୍ଥା କରାଯାଇଛି।

ସେହିପରି ବାରୁଣୀ ବୁଡ଼ ପାଇଁ ଆସ୍କା ସ୍ଥିତ ରୁଷିକୂଲ୍ୟା ଓ ବଡ଼ ନଦୀର ସଙ୍ଗମ ସ୍ଥଳରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଛି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ସହ ଅସ୍ତି ବିସର୍ଜନ କରିଛନ୍ତି ଶ୍ରଦ୍ଧାଳୁ। ଏହି ଦୁଇ ନଦୀର ଉତ୍ତର ବାଙ୍କରେ ଅସ୍ଥି ବିସର୍ଜନ କଲେ ପିତୃ ପୁରୁଷଙ୍କ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe