new indian express
ରଗଡ଼ି: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ତଳଗଡ଼ ପଞ୍ଚାୟତ ନୂଆଗଡ଼ ଗ୍ରାମର ଜଣେ ଟ୍ରଲି ଚାଳକଙ୍କ ଶୁକ୍ରବାର ଅଂଶୁଘାତରେ ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ବଇନ ପାତ୍ର (୫୫)। ସେ ଟ୍ରଲି ଚଳାଇ ପରିବାର ପ୍ରତିପୋଷଣ କରନ୍ତି। ରଗଡ଼ି ଅଞ୍ଚଳରେ ଥିବା ଏକ ହୋଟେଲରେ କୋଇଲା ଦେଇ ଫେରୁଥିବାବେଳେ ବନ୍ଦିଛକ ନିକଟରେ ଅସୁସ୍ଥ ହୋଇ ସେହିଠାରେ ଟଳି ପଡ଼ିଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ଯାଜପୁରରୋଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରିବାର ଅତି ଗରିବ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
Follow Us