ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌, ୬ ଆହତ

ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌, ୬ ଆହତ

ରଗଡ଼ି: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ନୂଆଗଡ଼ ଖେଳ ପଡ଼ିଆ ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ୭ଟା ବେଳେ ଏକ ବୋଲେରୋକୁ ଗୋଟିଏ ଟ୍ରକ୍‌ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ରାତିରେ କଳିଙ୍ଗନଗରରୁ ଆସୁଥିବା ବୋଲେରୋ ନମ୍ବର ଓଡି-୨୯ସି-୭୯୩୩କୁ ଟ୍ରକ୍‌ ନମ୍ବର ଓଡି-୨୯ଏନ-୦୩୨୬ ନୂଆଗଡ଼ ଖେଳ ପଡ଼ିଆ ନିକଟରେ ପଛପଟୁ ଧକ୍କା ଦେଇଥିଲା। ଫଳରେ ବୋଲେରୋ ଗାଡ଼ିଟି ଓଲଟି ପଡ଼ିଥିଲା। ବୋଲେରୋରେ ଥିବା ୬ଜଣ ଆହତ ହୋଇଥିଲେ। କୋରେଇ ପୁଲିସ ପହଞ୍ଚି ଆହତମାନଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ଫେରାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe