ଦୁଇ କଣ୍ଟେନର୍ ମୁହାଁମୁହିଁ ଧକ୍କା, ଉଭୟ ଚାଳକ ଆହତ

ଦୁଇ କଣ୍ଟେନର୍ ମୁହାଁମୁହିଁ ଧକ୍କା, ଉଭୟ ଚାଳକ ଆହତ

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ସଠିପୁର ଓଭର ବ୍ରିଜ ଉପରେ ଆଜି ସକାଳ ୫ଟା ସମୟରେ ଦୁଇ କଣ୍ଟେନର୍ ମୁହାଁମୁହିଁ ଧକ୍କା ହୋଇଛି।  ଉଭୟ ଗାଡ଼ିର ଚାଳକ ଚାପିହୋଇ ରହିଥିଲେ ଦୁହିଁଙ୍କୁ ଗ୍ୟାସ କଟର ସାହାଯ୍ୟରେ କାଟି ବାହାର କରାଗଲା। ଗୋଟିଏ ଗାଡ଼ି (ଏପି୨୯ଟିଏ ୮୫୩୬) କଟକ ପଟୁ ଭଦ୍ରକ ଆଡ଼କୁ ଯାଉଥିଲା ବେଳେ  ଅନ୍ୟଟି (ଓଡି-୦୧-କେ-୬୯୬୫) ଭଦ୍ରକ ପଟକୁ ପାଣିକୋଇଲି ଆଡ଼କୁ ଯାଉଥିଲା।

ଉଭୟ ଚାଳକ ଗୁରୁତର ଆହତ ଥିବାରୁ ସେମାନଙ୍କୁ  ପେଟ୍ରୋଲିଙ୍ଗ ଗାଡ଼ିର ଏସଆଇ ଅଶୋକ କୁମାର ବଳ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe