Photograph: (sambad.in)
ଟମକା: ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରେ ମା’ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ଦୁଇଦିନ ପରେ ଝିଅର ଅସ୍ବାଭାବିକ ମୃତ୍ୟୁ ହୋଇଛି। ବେକରେ ଫାସି ଲଗାଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ମାତ୍ର ଦୁଇଦିନର ବ୍ୟବଧାନ ଭିତରେ ମା’ଝିଅଙ୍କ ଏପରି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁଯାୟୀ ଟମକା ଥାନା କିଆଝର ପଞ୍ଚାୟତ ଚମ୍ପାଝର ଗ୍ରାମର ବାଇଧର ମାଝୀଙ୍କ ପତ୍ନୀ ବାସନ୍ତୀ(୪୬)ଙ୍କ ଝୁଲନ୍ତା ମୃତଦେହ ଗତ ଶନିବାର ତାଙ୍କ ଘରପାଖ ଏକ ଗଛରୁ ଉଦ୍ଧାର କରାଯାଇଥିଲା। ପୁଅ ସୁରେଶଙ୍କ ଠାରୁ ସୂଚନା ପାଇ ଟମକା ପୁଲିସ୍ ମୃତଦେହ ଜବତ କରିଥିଲା। ବାସନ୍ତୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ଥାନାରେ ୧/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ଆହୁରି ପଢ଼ନ୍ତୁ: Farmers: ରାସ୍ତାକୁୁ ଓହ୍ଲାଇଲେ ଯାଜପୁର ଚାଷୀ
ଆଜି ବାସନ୍ତୀଙ୍କ ଝିଅ ସୀତା (୨୦) ନିଜ ଓଢ଼ଣୀରେ ରଶି ଲଗାଇ ଏକ ଗଛରେ ଝୁଲୁଥିବା ଗାଁ ଲୋକ ଦେଖିଥିଲେ। ପରେ ପରିବାର ସଦସ୍ୟ ଏନେଇ ଟମକା ଥାନାକୁ ସୂଚନା ଦେଇଥିଲେ। ଟମକା ପୁଲିସ୍ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଛି। ଥାନାରେ ଏନେଇ ୨/୨୬ରେ ଏକ ମାମଲା ରୁଜୁ କରାଯାଇଛି। ପ୍ରକାଶ ଯେ ଚମ୍ପାଝର ଗ୍ରାମର ବାଇଧର ମାଝୀ ଓ ପତ୍ନୀ ବାସନ୍ତୀଙ୍କର ୩ ଜଣ ପୁଅ ଓ ଜଣେ ଝିଅ ଅଛନ୍ତି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଯୋଗୁଁ ବାଇଧର ସେହି ଗାଁର ଅନ୍ୟଏକ ସ୍ଥାନରେ ଘର କରି ଏକୁଟିଆ ରହୁଥିଲେ। ସେମାନଙ୍କର ୩ ପୁଅ ମଧ୍ୟରୁ ୨ଜଣ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି। ଚମ୍ପାଝର ଗ୍ରାମରେ ପୁଅ ସୁରେଶ ପାଖରେ ବାସନ୍ତୀ ଓ ସୀତା ରହୁଥିଲେ। ସୀତାଙ୍କର ବାହାଘର ପରେ ସେ ସ୍ୱାମୀଙ୍କ ସହିତ ବାଙ୍ଗାଲୋରରେ ରହୁଥିଲେ। ଗତ କିଛିମାସ ହେଲା ବାଙ୍ଗାଲୋରରୁ ଫେରିଆସି ଭାଇ ଓ ମା’ଙ୍କ ସହିତ ରହୁଥିଲେ।
ଆହୁରି ପଢ଼ନ୍ତୁ: Trump-Khamenei: ଟ୍ରମ୍ପଙ୍କ ଭୟରେ ଉତ୍ତରାଧିକାରୀ ଘୋଷଣା କଲେ ଖେମିନି, ଇରାନ ନିକଟରେ ପହଞ୍ଚିଲା ଆମେରିକାର ଯୁଦ୍ଧପୋତ...
Follow Us