ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ୨ବର୍ଷୀୟା ଓଡ଼ିଆ ଶିଶୁକନ୍ୟା

ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ରହୁଥିବା ପ୍ରଶାନ୍ତ କୁମାର ଜେନା ଓ ନିବେଦିତା ଜେନାଙ୍କ ୨ ବର୍ଷୀୟା ଶିଶୁକନ୍ୟା ସୁଶ୍ରୀ ରିୟାଂଶ୍ରୀ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।

Riya

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ରହୁଥିବା ପ୍ରଶାନ୍ତ କୁମାର ଜେନା ଓ ନିବେଦିତା ଜେନାଙ୍କ ୨ ବର୍ଷୀୟା ଶିଶୁକନ୍ୟା ସୁଶ୍ରୀ ରିୟାଂଶ୍ରୀ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ସେ ଅନେକ ସମୟରେ ଚମତ୍କାର କାର୍ଯ୍ୟ କଳାପ ଦେଖାଉଥିଲେ।

ପରିବାର ଲୋକେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ପ୍ରତିଯୋଗିତାକୁ ରିୟାଂଶ୍ରୀଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ଭିଡିଓ କରି ପଠାଇଥିଲେ। ଏହାକୁ ଯାଞ୍ଚ୍‌ କରି ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ୍‌(ଆଇବିଆର୍‌) ତାଙ୍କୁ ‘ଆଇବିଆର ଆଚିଭର’ ଭାବେ ଚୟନ କରି ସାର୍ଟିଫିକେଟ୍‌ ପ୍ରଦାନ କରିଛି। ରିୟାଂଶ୍ରୀ ଏହି ପ୍ରତିଯୋଗିତାରେ ଇଂରାଜୀ ବର୍ଣ୍ଣମାଳାର ୨୬ଟି ଅକ୍ଷରକୁ ଚିହ୍ନିପାରିବା ସହିତ ୨ଟି ଶ୍ଳୋକ, ୫ଟି କବିତା, ୧୨ ମାସ, ୭ ଦିନ, ୨୫ଟି ରାଜ୍ୟର ନାମ, ୪ ଦିଗ, ଶରୀରର ବିଭିନ୍ନ ଅଙ୍ଗ, ବିଭିନ୍ନ ରଙ୍ଗ, ବିଭିନ୍ନ ଛବି, ୬ ପ୍ରକାରର ଆକୃତି ଓ ୭ ପ୍ରକାରର ଫଳକୁ ଇଙ୍ଗିତରେ ଚିହ୍ନଟ କରି ଦର୍ଶାଇଛନ୍ତି।

ରିୟାଂଶ୍ରୀ ଏହି ପ୍ରତିଯୋଗିତାରେ ଇଂରାଜୀ ବର୍ଣ୍ଣମାଳାର ୨୬ଟି ଅକ୍ଷରକୁ ଚିହ୍ନିପାରିବା ସହିତ ୨ଟି ଶ୍ଳୋକ, ୫ଟି କବିତା, ୧୨ ମାସ, ୭ ଦିନ, ୨୫ଟି ରାଜ୍ୟର ନାମ, ୪ ଦିଗ, ଶରୀରର ବିଭିନ୍ନ ଅଙ୍ଗ, ବିଭିନ୍ନ ରଙ୍ଗ, ବିଭିନ୍ନ ଛବି, ୬ ପ୍ରକାରର ଆକୃତି ଓ ୭ ପ୍ରକାରର ଫଳକୁ ଇଙ୍ଗିତରେ ଚିହ୍ନଟ କରି ଦର୍ଶାଇଛନ୍ତି।

ଏଥିସହିତ ୮ଟି ବିଭିନ୍ନ ପ୍ରାଣୀ ଓ ୫ଟି ସରୀସୃପଙ୍କ ନାମ ସହିତ ୧୩ଟି ଗାଡ଼ିର ନାମକୁ ନିର୍ଭୁଲ ଭାବେ ଉତ୍ତର ଦେଇଥିବାରୁ ତାଙ୍କୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ପ୍ରଦାନ କରିଥିବା ସାର୍ଟିଫିକେଟ୍‌ରେ ଦର୍ଶାଯାଇଛି। ସୂଚନା ଅନୁଯାୟୀ, ରିୟାଂଶ୍ରୀ ଯାଜପୁରରୋଡ୍‌ସ୍ଥିତ ଏକ ଘରୋଇ ସ୍କୁଲର ଟେଣ୍ଡର ହାର୍ଟରେ ଅଧ୍ୟୟନ କରନ୍ତି। ତାଙ୍କ ଘର ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ସିଂଲା ପଞ୍ଚାୟତର ଦନେଇପୁର ହୋଇଥିବା ବେଳେ ବାପା ପ୍ରଶାନ୍ତ କୁମାର ଜେନା ଯାଜପୁର ଜିଲ୍ଲା ଯଖପୁରା ରେଳଷ୍ଟେସନରେ ଲୋକୋ ପାଇଲଟ୍‌ ଭାବେ ଚାକିରି କରନ୍ତି। ମା’ ନିବେଦିତା ଗୃହିଣୀ।

Jajpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe