ନିର୍ମାଣାଧୀନ ପୋଲ ଭୁଶୁଡ଼ିଲା, ବର୍ତ୍ତିଲେ ଶ୍ରମିକ

Advertisment

ନିମ୍ନମାନର କାମକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାମବାସୀ

ନିମ୍ନମାନର କାମକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାମବାସୀ

ନିର୍ମାଣାଧୀନ ପୋଲ ଭୁଶୁଡ଼ିଲା, ବର୍ତ୍ତିଲେ ଶ୍ରମିକ

ଯାଜପୁର/ପାଣିକୋଇଲି : ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ଭଦ୍ରକ ପର୍ଯ୍ୟନ୍ତ ୬ଲାଇନ୍ ବିଶିଷ୍ଟ ସଂପ୍ରସାରଣ କାମ ଚାଲିଥିବା ବେଳେ ପାଣିକୋଇଲି ନିକଟ ବ୍ରଜନଗରଠାରେ ଆଜି ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ପୋଲ ତଳେ କିମ୍ବା ଉପରେ କେହି କର୍ମଚାରୀ କିମ୍ବା ଶ୍ରମିକ ନଥିବାରୁ ବଡ଼ଧରଣ ଅଘଟଣ ଟଳି ଯାଇଛି। ନିମ୍ନମାନର କାମ ଯୋଗୁଁ ପୋଲ ଭୁଶୁଡ଼ିଥିବା ନେଇ ଅଭିଯୋଗ ହୋଇଛି।

publive-image
୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ଭଦ୍ରକ ୭୪.୫କିମି ରାସ୍ତାକୁ ୬ଲାଇନ୍ ବିଶିଷ୍ଟ କରିବାକୁ ଡିବିଏଲ ଠିକାସଂସ୍ଥା ଗତ ୨୦୧୮ ଜାନୁଆରି ମାସରୁ ଚୁକ୍ତିବଦ୍ଧ ହୋଇଛି। ୧୫୨୨କୋଟି ଟଙ୍କା ବ୍ୟୟରେ ଚାଲିଥିବା ଏହି ନିର୍ମାଣ ୩୦ମାସ ମଧ୍ୟରେ ଶେଷ କରିବାକୁ ଚୁକ୍ତିବଦ୍ଧ ହୋଇଥିଲା। ଏଥିମଧ୍ୟରେ ୪୦ ମାସ ବିତିଯାଇଥିଲେ ହେଁ ନିର୍ମାଣ କାମ ଶେଷ ହୋଇପାରି ନାହିଁ। ରାସ୍ତା ଓ ପୋଲ ନିର୍ମାଣରେ ବ୍ୟାପକ ଅନିୟମିତା ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି। ଆଜି ସଂଧ୍ୟାରେ ପାଣିକୋଇଲି ଥାନା ଅର୍ନ୍ତଗତ ବ୍ରଜନଗର ନିକଟରେ ଏକ ପୋଲ ନିର୍ମାଣ କରାଯାଉଥିବା ବେଳେ ଭୁଶୁଡି ପଡିଛି। ପୋଲ ଉପରେ ଛାତ ପଡୁଥିବା ବେଳେ ହଠାତ୍ ସେଟ୍ରିଂ ଖୁଣ୍ଟ ଓ ଲୁହା ପାଇପ ଗୁଡିକ ତଳକୁ ବଙ୍କି ଯାଇଥିଲା ଛାତଟି ତଳକୁ ଗଳି ପଡିଥିଲା। ପୋଲ କାମ କରୁଥିବା ଶ୍ରମିକମାନେ ବର୍ତ୍ତି ଯାଇଥିଲେ। ‌‌ନିର୍ମାଣ କାମ ନିମ୍ନମାନର ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ବ୍ରଜନଗର ଗ୍ରାମର ଶରତ ଚନ୍ଦ୍ର ଧଳ, ତାପସ କୁମାର ଧଳ, ସୌମ୍ୟର˚ଜନ ଧଳ ଓ ମାନସ ର˚ଜନ ଧଳ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପ୍ରକଳ୍ପ ପରିଚାଳକ ହରିହର ସିଂ କହିଛନ୍ତି ଘଟଣାସ୍ଥଳକୁ ଗତକାଲି ଯାଇଥିଲେ। ସେଠାରେ ଥିବା ସମସ୍ୟାକୁ ସୁଧାରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଦାୟିତ୍ବରେ ଥିବା ଜଣେ ଯନ୍ତ୍ରୀ କହିଛନ୍ତି ବର୍ଷା ପାଣି ତଳେ ଜମିଥିଲା। ସେଠାର ଥିବା ଖୁଣ୍ଟ ଓ ତଳ ପାଇପ ବଙ୍କିଯିବାରୁ ଏପରି ଦୁର୍ଘଟଣା ଘଟିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏବେ ନିର୍ମାଣ ବେଳେ ଧସିଲା। ଏହି ପୋଲରେ ‌ସାମଗ୍ରୀ ବୋଝେଇ ଗାଡ଼ି କିପରି ଚଳାଚଳ କରିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe