ସୁକିନ୍ଦାରେ ସ୍ବାମୀର କଟୁରି ‌ଚୋଟରେ ସ୍ତ୍ରୀ ମୃତ, ଅଭିଯୁକ୍ତ ସ୍ବାମୀକୁ ବାନ୍ଧି ପକାଇଲେ ଲୋକେ

Advertisment
ସୁକିନ୍ଦାରେ ସ୍ବାମୀର କଟୁରି ‌ଚୋଟରେ ସ୍ତ୍ରୀ ମୃତ, ଅଭିଯୁକ୍ତ ସ୍ବାମୀକୁ ବାନ୍ଧି ପକାଇଲେ ଲୋକେ

ସୁକିନ୍ଦା: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତରେ ପାରିବାରିକ କଳହରୁ ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଅଭିଯୁକ୍ତ  ସ୍ବାମୀ ଜଣକ ହେଉଛନ୍ତି ଗୋଲକ ମହାନ୍ତ। ମୃତ ମହିଳାଙ୍କ ନାମ ରାଧିକା ମହାନ୍ତ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା। ଗୋଲକ ହଠାତ ରାଗରେ ଆସି ପାଗଳ ପରି ପତ୍ନୀ ରାଧିକାଙ୍କୁ କଟୁରିରେ ହାଣି ଚାଲିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସାହିଲୋକେ ଗୋଲକକୁ କାବୁକରି ବାନ୍ଧି ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe