କାଳିଆପାଣି/ଟମକା : ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ କିଆଝର ମୁଣ୍ଡାସାହିରେ ଗତକାଲି ରାତିରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଗମିଆ ମୁଣ୍ଡାଙ୍କ ପୁଅ କଚେ(୩୫) ତାଙ୍କ ସ୍ତ୍ରୀ ପାନଖାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ ଅଭିଯୁକ୍ତ ସ୍ୱାମୀ କାଚେକୁ ଗିରଫ କରିଛି। ପୁଲିସ୍ ସୂତ୍ରରୁ ପ୍ରକାଶ, ମୃତା ପାନଖାଇ ସେହି ଗାଁର ଡ୍ରାଇଭର କଚେ ମୁଣ୍ଡାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ଗତକାଲି ରାତିରେ ମାତାଲ ଅବସ୍ଥାରେ କାଚେ ଘରକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ କାଚେ ଏକ ଟାଙ୍ଗିଆରେ ପାନଖାଇକୁ ହାଣି ଦେଇଥିଲା।
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା
Advertisment
Follow Us