ଅଂଶୁଘାତରେ ଚାଲିଗଲା ମହିଳାଙ୍କ ଜୀବନ

ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳୁନି: ୩୬ ଘଣ୍ଟାରେ ୪୫ ମୃତ

new indian express

ଯଖପୁରା: ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ମାନତୀରା ପଞ୍ଚାୟତ ରାବଣା ଗ୍ରାମର ଜଣେ ମହିଳାଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ‌ ମହିଳା ଏହି ଗ୍ରାମର ବଳରାମ ସାହୁଙ୍କ ପତ୍ନୀ ବବିନା ପାତ୍ର (୨୩)। ଗତକାଲି ରବିନାରାୟଣ ବ୍ରତ ପାଇଁ ବବିନା ଉପବାସ କରିଥିଲେ। ପୂଜା ପାଇଁ ବ୍ୟସ୍ତ ଥିବାବେଳେ ପ୍ରବଳ ଗରମରେ ବାନ୍ତି କରିବା ସହ ଚେତାଶୂନ୍ୟ ହୋଇପଡ଼ିଥିଲେ।

ଚେତା ଫେରିବା ପରେ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ରାସ୍ତାରେ ସେ ପୁଣିଥରେ ଚେତାଶୂନ୍ୟ ହୋଇ ଯାଇଥିଲେ। ଡାକ୍ତରଖାନାରେ ପହଞ୍ଚିବାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe