ଶୌଚ ପାଇଁ ଯାଇ ମହିଳା ନିଖୋଜ

Advertisment
ଶୌଚ ପାଇଁ ଯାଇ ମହିଳା ନିଖୋଜ

ଯାଜପୁର: ଯାଜପୁର ଜିଲ୍ଲାର ବରୀ ବ୍ଲକ ବିଂଝାରପୁର ଥାନା ଏରଡ଼ା ଅଞ୍ଚଳରେ ଜଣେ ମହିଳା ନଦୀ ଜଳରେ ଭାସିଯାଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଆଜି ସକାଳୁ ଶୌଚ ପାଇଁ ଏରଡ଼ା ଗ୍ରାମର ମିନୁ ମଲିକ(୨୮) ଘର ନିକଟ ତନ୍ତିଘାଇକୁ ଶୌଚ ପାଇଁ ଯାଇଥିଲେ। ତେବେ ପାଦ ଖସିଯିବାରୁ ସେ ପାଣିରେ ଭାସି ଯାଇଛନ୍ତି।

ଗ୍ରାମବାସୀ ଖୋଜାଖୋଜି କରୁଥିବା ବେଳେ ବରୀ ଅଗ୍ନିଶମ ପହଞ୍ଚି ଖୋଜାଖୋଜି ଜାରି ରଖିଛି। ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଉକ୍ତ ମହିଳାଙ୍କୁ ଉଦ୍ଧାର କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe