ପରିବେଶ ସୁରକ୍ଷା ଏବେ ସମୟର ଆହ୍ବାନ: ପ୍ରଦୀପ

Advertisment

ଜଳବାୟୁ ପରିବର୍ତ୍ତନ ବଡ଼ ଚିନ୍ତାର କାରଣ ହୋଇଛି। ଏହାର ମୁକାବିଲା ପାଇଁ ଆମକୁ ପ୍ରଦୂଷଣର ମାତ୍ରା ହ୍ରାସ କରିବାକୁ ପଡ଼ିବ। ସ୍ବଚ୍ଛ ଶକ୍ତି ବ୍ୟବହାର କରିବା ସହ ଅଧିକ ଗଛ ଲଗାଇବାକୁ ପଡ଼ିବ। ଆମେ ଏକତ୍ରିତ ହେଲେ ଏକ ସବୁଜ ଓ ସୁରକ୍ଷିତ ଭବିଷ୍ୟତ ସୃଷ୍ଟି କରିପାରିବା।

ଜଳବାୟୁ ପରିବର୍ତ୍ତନ ବଡ଼ ଚିନ୍ତାର କାରଣ ହୋଇଛି। ଏହାର ମୁକାବିଲା ପାଇଁ ଆମକୁ ପ୍ରଦୂଷଣର ମାତ୍ରା ହ୍ରାସ କରିବାକୁ ପଡ଼ିବ। ସ୍ବଚ୍ଛ ଶକ୍ତି ବ୍ୟବହାର କରିବା ସହ ଅଧିକ ଗଛ ଲଗାଇବାକୁ ପଡ଼ିବ। ଆମେ ଏକତ୍ରିତ ହେଲେ ଏକ ସବୁଜ ଓ ସୁରକ୍ଷିତ ଭବିଷ୍ୟତ ସୃଷ୍ଟି କରିପାରିବା।

Untitled

ଯାଜପୁର: ଜଳବାୟୁ ପରିବର୍ତ୍ତନ ବଡ଼ ଚିନ୍ତାର କାରଣ ହୋଇଛି। ଏହାର ମୁକାବିଲା ପାଇଁ ଆମକୁ ପ୍ରଦୂଷଣର ମାତ୍ରା ହ୍ରାସ କରିବାକୁ ପଡ଼ିବ। ସ୍ବଚ୍ଛ ଶକ୍ତି ବ୍ୟବହାର କରିବା ସହ ଅଧିକ ଗଛ ଲଗାଇବାକୁ ପଡ଼ିବ। ଆମେ ଏକତ୍ରିତ ହେଲେ ଏକ ସବୁଜ ଓ ସୁରକ୍ଷିତ ଭବିଷ୍ୟତ ସୃଷ୍ଟି କରିପାରିବା। ଆଜି ଆମେ ଭଲରେ ଅଛେ, ଆମ ପୂର୍ବପୁରୁଷଙ୍କ ପାଇଁ ତଥା ସେମାନେ ପରିବେଶକୁ ସୁରକ୍ଷିତ ରଖିଥିଲେ। ତେଣୁ ଆମ ଭବିଷ୍ୟତ ପିଢ଼ିଙ୍କ ପାଇଁ ଆମକୁ କର୍ତ୍ତବ୍ୟ କରିବାକୁ ପଡ଼ିବ।

‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଆମମାନଙ୍କୁ ଆଉଥରେ ଜୀବନ ପାଇବାକୁ ଏକ ସୁଯୋଗ ଆଣିଦେଇଛି। ଏ ଆହ୍ବାନକୁ ଆମେ ସମସ୍ତେ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ରାଜ୍ୟ ସମବାୟ, ବୟନଶିଳ୍ପ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଡ. ପ୍ରଦୀପ ବଳସାମନ୍ତ। ବୁଧବାର ମଧ୍ୟାହ୍ନରେ ସୁକିନ୍ଦା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ମୁଖ୍ୟଅତିଥି ଭାବେ ଯୋଗ‌ଦେଇ ଶ୍ରୀ ବଳସାମନ୍ତ କହିଥିଲେ ପରିବେଶ ସୁରକ୍ଷା ଯୁଦ୍ଧରେ ଆମକୁ ଜଣେଜଣେ ସିପାହୀ ହେବାକୁ ପଡ଼ିବ। ଆମ ଜୀବନଶୈଳୀରେ ରୂପାନ୍ତର ଆଣିବାକୁ ହେବ।

ବର୍ତ୍ତମାନ ତାପମାତ୍ରାରେ ଅହେତୁକ ବୃଦ୍ଧି, ହିମଖଣ୍ଡ ତରଳିବା, ଅନିର୍ଦ୍ଦିଷ୍ଟ ବର୍ଷା, ଭୟଙ୍କର ବନ୍ୟା, ବାତ୍ୟା, ମରୁଡ଼ି, ଭୂକମ୍ପ, ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ଆମକୁ ସୂଚେଇ ଦେଇଛି ପ୍ରକୃତିମାତାର ସ୍ବାସ୍ଥ୍ୟ ଆଉ ଭଲନାହିଁ। ତେଣୁ ଯେଉଁ ମା’କୋଳରେ ଆମେ ଜନ୍ମ ହୋଇଛନ୍ତି। ଯାହାର ପାଣି ଓ ପବନରେ ବଢ଼ିଛନ୍ତି, ସେହି ଧରଣୀମାତାର ସୁରକ୍ଷା ଏବେ ସମୟର ଆହ୍ୱାନ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସୁକିନ୍ଦା ଅଞ୍ଚଳର ପରିବେଶ ପ୍ରଦୂଷଣ, ଭୂତଳ ଜଳହ୍ରାସ ଓ ପାନୀୟଜଳ ସଂକଟକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ଶିଳ୍ପ ଓ ଖଣିଖାଦାନ ଯୋଗୁଁ ସୁକିନ୍ଦା ଅଞ୍ଚଳ ପ୍ରଭାବିତ ହେଉଛି। ଏହାକୁ ରୋକିବା ଦିଗରେ ସମସ୍ତେ ନିଜନିଜ ସ୍ତରରେ ଉଦ୍ୟମ କରିବା ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ଭାବେ ସୁକିନ୍ଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପାରମିତା ପୃଷ୍ଟି ଯୋଗଦେଇ ପରିବେଶ ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ। ଆମ ଉତ୍ତର ପିଢ଼ି ପାଇଁ ଏହାକୁ ସୁରକ୍ଷିତ ରଖିବା ଦାୟିତ୍ବ ଆମ ସମସ୍ତଙ୍କର। ଏଥିପାଇଁ ଯତ୍ନବାନ ହେବାକୁ ସେ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସୁକିନ୍ଦା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ହିମାଂଶୁ ଶେଖର ଦ୍ବିବେଦୀ ଯୋଗଦେଇ କହିଥିଲେ ଏକଦା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ସୁକିନ୍ଦାରେ ଏବେ ଜଙ୍ଗଲ ହ୍ରାସ ପାଇଛି। ପରିବେଶ ପାଇଁ ପ୍ରତିଟି ନାଗରିକ ବୃକ୍ଷରୋପଣ କରିବା ଅପରିହାର୍ଯ୍ୟ।

Untitled

‘ସମ୍ବାଦ’ ପକ୍ଷରୁ ସାରା ରାଜ୍ୟରେ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଜାରି ରହିଥିବାରୁ ସେ ‘ସମ୍ବାଦ’ର ଏହି ମହତ୍‌ ଅଭିଯାନକୁ ସାଧୁବାଦ ଜଣାଇଥିଲେ। ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ‘ସମ୍ବାଦ’ର ସୁକିନ୍ଦା ପ୍ରତିନିଧି ବିମଳେନ୍ଦୁ ବେହୁରା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଅତିଥି ପରିଚୟ ଓ ଶେଷ‌ରେ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ ଯାଜପୁର ସଂସ୍କରଣର ପ୍ରସାର ବିଭାଗ ଅଧିକାରୀ ଦେବରାଜ ସାମଲ, ଅଧ୍ୟାପକ ରାଜେନ୍ଦ୍ର କୁମାର ରାଉଳ, ପ୍ରଶାନ୍ତ କୁମାର ବେହେରା, ଦିବ୍ୟଲୋଚନ ନାୟକ, ହାଡ଼ିବନ୍ଧୁ ଦାସ, ଉଦ୍ଧବ ବେହେରା, ଶୁଭେନ୍ଦୁ ବେହୁରା, ଗୟାସୁଦ୍ଦିନ ଖାଁ, ଦେବେନ୍ଦ୍ର ରଣା, ଫୁରକାନ୍‌ ଅଲ୍ଲୀ, ଯୁବନେତା ମାନସ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରମଣି ରଂଜନ ବଳସାମନ୍ତ, ପ୍ରକାଶ ବେ‌ହୁରା, ସମ୍ବିତ ବେହୁରା, ସ୍ବପ୍ନଜିତ ବେହୁରା, ଚିରଂଜୀବ ବେହୁରା, ଶୁଭକାନ୍ତ ମହାନ୍ତିଙ୍କ ସମେତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Punascha Pruthibi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe