କାଳିଆପାଣି: ଯାଜପୁର ଜିଲ୍ଲା କାଳିଆପାଣି ଥାନା ତାରିଣୀ ମାର୍କେଟ୍ ରଙ୍ଗାଧର(ବୈକୁଣ୍ଠ) ମାର୍କେଟ୍ କମ୍ପ୍ଲେକ୍ସର ଶିବଶକ୍ତି ମେଡିସିନ ଷ୍ଟୋର ମାଲିକ ମନୋହର ରାଉତ ଓରଫ୍ ମନୋଜ(୪୭)ଙ୍କର ଆଜି ରାତି ୯ଟାରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
ଗତ ବୁଧବାର ସେ ନିଜ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ଗାଁକୁ ବାଇକ୍ରେ ଯାଉଥିଲେ। ସୁରପ୍ରତାପପୁର ଫାଣ୍ଡି ପାଖରେ ଦୁର୍ଘଟଣାଗ୍ରସ୍ତ ଅବସ୍ଥାରେ ପଡ଼ିଥିଲେ। ପୁଲିସ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାରକରି ତାଙ୍କ ପରିବାରକୁ ଖବର ଦେଇଥିଲା। ରାତିରେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା।
ଆଜି ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ବାପା ହୃଷୀକେଶ ରାଉତ, ସାନଭାଇ ମହେଶ୍ବର, ମାଆ, ପତ୍ନୀ, ଡିପ୍ଲୋମା ଇଞ୍ଜିନିୟରିଂ ପଢ଼ୁଥିବା ଏକମାତ୍ର ପୁଅ ଓ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। ମନୋଜ ୨୦ ବର୍ଷ ଧରି କାଳିଆପାଣିରେ ବ୍ୟବସାୟ କରି ଆସୁଥିଲେ।
Accident | Jajpur
Follow Us