ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ଥାନା ମଲ୍ଲିକାପୁର ପଂଚାୟତ ମହାନ୍ତିପାଟଣା ଗ୍ରାମର ସବ୍ୟସାଚୀ ନାୟକ (୨୫)ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ମୁହଁ ଓ ଫାଟିରୁ ରକ୍ତ ବାହାରୁଛି। କାଣୀ ନଦୀବନ୍ଧ ବାଉଁଶବାଡ଼ି ଠାରେ ତାଙ୍କର ମୃତଦେହ ପଡ଼ିରହିଥିବା ଦେଖିବାକୁ ମିଳିଛି। ସେ ବେଙ୍ଗାଲୁରୁରେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଯୁବ ଇଂଜିନିୟରଙ୍କୁ ହତ୍ୟା ଅଭିଯୋଗ, ପୁଲିସର ତଦନ୍ତ ଆରମ୍ଭ
Advertisment
Follow Us