ସଡ଼କ ଦୁର୍ଘଟଣାରେ ଯୁବକ ମୃତ

Advertisment
ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ଯାଜପୁର: ଗତକାଲି ବିଳମ୍ବିତ ରାତିରେ କୁଆଖିଆ ଥାନା ମୁଗୁପାଳଠାରେ ଏକ ସଡ଼କ ଦୁର୍ଘଟଣାରେ ବରୀ ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତଦେହକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି।
ସୂଚନା ଅନୁସାରେ ବରୀ ରାମଚନ୍ଦ୍ରପୁର ଥାନା ଅଧୀନ କିମ୍ଭିରିଆପାଳ ଗ୍ରାମର ଗୌରାଙ୍ଗ ସୁନ୍ଦର ପଣ୍ଡାଙ୍କ ପୁଅ ସୁଶିଲ କୁମାର ପଣ୍ଡା(୩୨) କୁଆଖିଆ ଆଡୁ ବରୀ ଅଭିମୁଖେ ଯାଉଥିବା ବେଳେ ମୁଗୁପାଳ ଛକଠାରେ ଅଜଣା ଗାଡ଼ି ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଖବର ପ୍ରଘଟ ହେବା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି।  ଯୁବକ ପୁଅକୁ ହରାଇଥିବା ପରିବାରର ସଦସ୍ୟମାନେ ଚିକିତ୍ସାଳୟ ପରିସରରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe