କାଳିଆପାଣି: ଆଗାମୀ ଜାନୁଆରି ୧୬ ତାରିଖରେ ହରିପୁର ଗାଁର ପଠାଣିଆ ପୀଠରେ ନିର୍ବନ୍ଧ ଓ ଫେବ୍ରୁଆରି ୨୨ ତାରିଖରେ ବାହାଘର ହୋଇଥାନ୍ତା। ଏଥିପାଇଁ ପ୍ରାକ୍ ପ୍ରସ୍ତୁତି ଓ ମଣ୍ଡପ ବରାଦ ସରିଥିଲା। ଆସନ୍ତାକାଲି ସେ ପୁରୀ ଯାଇ ଜଗା ଦର୍ଶନ କରିଥାନ୍ତେ ବୋଲି ପରିବାର ଲୋକେ କହିଛନ୍ତି। କିନ୍ତୁ ବିଧିର ବିଧାନ ବିଚିତ୍ର। ଆଜି ସଂଧ୍ୟା ୫ଟାରେ ଘରୁ ନିଜ ସ୍କୁଟିରେ ଦୋକାନ ଖୋଲିବାକୁ ଯାଉଥିଲେ। ବାଟରେ ଛକିଥିଲା ଯମ। ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ଚାଲିଗଲା ଜୀବନ। ହତଭାଗା ମୃତକ ଜଣକ ଯାଜପୁରଜିଲ୍ଲା ସୁକିନ୍ଦା ଥାନା ବରଡ଼ି ଗାଁର ରାକେଶ ରୋଶନ ଧୀର(ସିକୁ)ଙ୍କ ବୟସ ୨୮ ବର୍ଷ। ସ୍ନାତକ ଶିକ୍ଷା ଓ କମ୍ପ୍ୟୁଟର ପ୍ରଶିକ୍ଷଣ ପରେ ଗାଁ ପାଖ ଖରଡ଼ି ଛକରେ ଏକ ମୋବାଇଲ୍ ଦୋକାନ କରିଥିଲେ। ସେ ଦୋକାନ ଖୋଲିବାକୁ ଯାଉଥିଲେ।
ମାଆ କଲ୍ୟାଣୀ, ବାପା ଆର୍ଡବ୍ଲ୍ୟୁଏସ୍ଏସ୍ କର୍ମଚାରୀ ଦିଲ୍ଲୀପ କୁମାର ଧୀର ଓ ଆତ୍ମୀୟ ସ୍ବଜନଙ୍କ କାନ୍ଦ ବୋବାଳିରେ ମେଡିକାଲ୍ ପରିସରରେ ଫାଟି ପଡ଼ୁଥିଲା। ସାନପୁଅର ଏତାଦୃଶ ମୃତ୍ୟୁରେ ମାଆ ବାରମ୍ବାର ମୂର୍ଚ୍ଛା ଯାଉଥିବାର ଦୃଶ୍ୟ ସାଧାରଣରେ ବିଚଳିତ କରୁଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମରଶରୀର ଜବତକରି ଉକ୍ତ ଗାଡ଼ିର ସନ୍ଧାନ ପୂର୍ବକ ତଦନ୍ତ ଜାରିରହିଥିବା ଥାନା ଅଧିକାରୀ ବିଲ୍ବ ମଙ୍ଗଳ ସେଠୀଙ୍କ ଠାରୁ ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: Online Delivery Workers Strike: ଜିରୋ ନାଇଟ୍ ସେଲିବ୍ରେସନ ଆଗରୁ ଧର୍ମଘଟର ଚେକ୍ ! ଜାଣନ୍ତୁ କଣ ରହିଛି ଡେଲିଭରି ବୟଙ୍କ ଦାବି...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/31/new-project-2025-12-31-22-26-04.jpg)