ଅଂଶୁଘାତରେ ଯୁବକ ଗୁରୁତର

Advertisment
ଅଂଶୁଘାତରେ ଯୁବକ ଗୁରୁତର

କାଳିଆପାଣି: କାଳିଆପାଣି ତାରିଣୀ ମାର୍କେଟରେ ଆଜି ସକାଳେ ଜଣେ ଯୁବକ ଅଂଶୁଘାତରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଟାଟାଷ୍ଟିଲ ସୁକିନ୍ଦା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଏହି ଯୁବକ ଜଣକ ଭୁବନେଶ୍ବରର ମହମ୍ମଦ ମୁସିମ୍‌। ମହ୍ଲାରସାହି ମାଙ୍କେଡ଼ିଆ ବସ୍ତିରେ ସାମୟିକ ଭାବେ ରହୁଥିବା ମୁସିମ୍‌ ଇମ୍ଫା ଖଣିରେ ଠିକାଦାରଙ୍କ ପାଖରେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲେ। ସେ ଆଜି ଘରୁ କାଳିଆପାଣି ଆସୁଥିବା ସମୟରେ ବସ୍‌ରୁ ଓହ୍ଲାଇବା ମାତ୍ରେ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କ ମୁହଁରେ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ଟାଟାଷ୍ଟିଲ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍ ନେଇଥିଲେ। ଏବେ ସେ ବିପଦମୁକ୍ତ ଅଛନ୍ତି। ରମଜାନ ମାସ ପାଇଁ ଉପବାସ ରଖିଥିବାରୁ ଏପରି ହୋଇଥାଇପାରେ ବୋଲି ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe