ସରକାରଙ୍କ ଟଙ୍କାକୁ ଅପେକ୍ଷା ନକରି ନିଜ ଖର୍ଚ୍ଚରେ କଲେ ପୋଲ ମରାମତି

ସରକାରଙ୍କ ଟଙ୍କାକୁ ଅପେକ୍ଷା ନକରି ନିଜ ଖର୍ଚ୍ଚରେ କଲେ ପୋଲ ମରାମତି

ହରିପୁର: ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗ କଥା ନଶୁଣିବାରୁ ଶେଷରେ ନିଜ ପାଇଁ ନିଜେ ହିଁ ସୁବିଧା ବାଟ କରିଛନ୍ତି ଯୁବଗୋଷ୍ଠୀ। କାହାକୁ ଅପେକ୍ଷା ନକରି ଶେଷରେ ସ୍ଥାନୀୟ ଯୁବକମାନେ ମିଶି ଜାତୀୟ ରାଜପଥ-୨୦ର ମହେଶ୍ଵରପୁରଠାରେ ଯମୁନା ରାସ୍ତା, ଜହଳ ଘାଟରେ ଥିବା ଖରସ୍ରୋତା ନଦୀ ପୋଲ ମରାମତି କରିଛନ୍ତି। ୨୦୧୭ରୁ ଏହି ପୋଲ ଖୋଲା ଯାଇଥିଲା। ସେତେବେଳେ ଏଠାରେ କୌଣସି ସୂଚନା ଫଳକ ନଥିଲା। ଠିକ୍‌ ଭାବରେ ସଂଯୋଗ ସ୍ଥଳ ତିଆରି ନକରି ଠିକାଦାର କାମ ବନ୍ଦ କରି ଦେଇଥିଲେ।

ପୋଲ ହେବା ପରେ ରକ୍ଷଣାବେକ୍ଷଣ କରାଯାଉନାହିଁ। ପୋଲର ଅଧିକାଂଶ ସ୍ଥାନରେ ଲୁହାଛଡ଼ ଦେଖାଯାଇଛି। ସଂଯୋଗ ସ୍ଥଳରେ ବହୁ ଖାଲ ରହିଥିବାରୁ ପଥଚାରୀଙ୍କ ଯାତାୟାତରେ ଅସୁବିଧା ହେଉଛି। ଏହି କାରଣରୁ ସମାଜସେବୀ ବିଷ୍ଣୁ ରାୟ, ଜହଳର ଉଦ୍ୟମୀ ଆଖଡ଼ା ସଂଘ ସଭାପତି ସତ୍ୟବ୍ରତ ଘଡ଼ାଇ ଓ ସମ୍ପାଦକ ଶ୍ରୀକାନ୍ତ ଘଡ଼ାଇ ତଥା ଅନ୍ୟ ଯୁବକମାନେ ସାଥୀ ହୋଇ ନିଜ ଖର୍ଚ୍ଚରେ ବାଲି ସିମେଣ୍ଟ କିଣି ପୋଲ ମରାମତି କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe