ବନ୍ୟା ଜଳରେ ଭାସିଯାଇ ଯୁବକ ନିଖୋଜ

ବନ୍ୟା ଜଳରେ ଭାସିଯାଇ ଯୁବକ ନିଖୋଜ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତ ଖଜୁରୀମାଳ ଗ୍ରାମର ରାଜେଶ ପଣ୍ଡା(୨୨) ବନ୍ୟା ଜଳରେ ଭାସିଯାଇଥିବା ଜଣାପଡିଛି। ସେ ଗତକାଲି ରାତିରେ ଭଦ୍ରକରୁ ଘରକୁ ଫେରିବା ବାଟରେ ଧୂଷୁରୀ -ମଙ୍ଗଳପୁର ରାସ୍ତାରେ ଏକ ବାଇକରେ (ଓଡ଼ି - ୦୪ଏସ - ୪୧୨୯) ଆସୁଥିବାବେଳେ ବନ୍ୟା ଜଳରେ ଭାସିଯାଇଥିଲେ।

ସ୍ଥାନୀୟ ଲୋକେ ତାଙ୍କ ବାଇକ ଓ ବ୍ୟାଗକୁ ଓଲଟପୁର ପାଖରେ ଉଦ୍ଧାର କରିଥିବାବେଳେ ଅଗ୍ନିଶମ ବାହିନୀ ରାଜେଶଙ୍କୁ ଖୋଜୁଥିବା ଦେଖିବାକୁ ମିଳିଛି। ଘରକୁ ଫେରୁଥିବା ବେଳେ ବନ୍ୟା ପାଣିରେ ବୁଡ଼ିଥିବା ଧୂଷୁରୀ ରାସ୍ତାରେ ମଙ୍ଗଳପୁର ଖଜୁରୀମାଳ ଅଂଚଳର ବିଶ୍ୱଜିତ ପଣ୍ଡାଙ୍କ ପୁଅ ସଂଜୀବ ପଣ୍ଡା ଭାସି ଯାଇ ନିଖୋଜ ଅଛନ୍ତି। ଓଡ୍ରାଫ ଏବଂ ଦମକଳ ବାହିନୀ ପକ୍ଷରୁ ତାଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ସଫଳତା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe