ଜଳଛାୟା ଦୁର୍ନୀତି ମାମଲା: ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଲେ ବିଡିଓ

Advertisment
ଜଳଛାୟା ଦୁର୍ନୀତି ମାମଲା: ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଲେ ବିଡିଓ

The New Indian Express

ବରଗଡ଼/ଗାଇସିଲାଟ୍‌: ଗତ ନଭେମ୍ବର ୧୯ ତାରିଖ ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ୍‌ରେ ଜଳଛାୟା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ସଂପର୍କରେ 'ସମ୍ବାଦ' ତଥ୍ୟଭିତ୍ତିକ ରିପୋର୍ଟ ଉପସ୍ଥାପନ କରିଥିଲା। ଏହି ମାମଲାର ‌େଖାଳତାଡ଼ ପରେ ଦୁର୍ନୀତିର ଚେର ଦୂରକୁ ଲମ୍ବିଥିବା ଏବଂ ଏଥିରେ ବିଭାଗୀୟ କର୍ମଚାରୀ ବି ଦଲାଲ ସାଜିଥିବା ଜଣାପଡ଼ିଥିଲା। ଜଳଛାୟା ପ୍ରକଳ୍ପର ଦୁଇଜଣ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବିଡିଓ ମନୋଜ ଦେବତା ଥାନାରେ ଏତଲା ଦେଇଛନ୍ତି। ପ୍ରକଳ୍ପ ସହଯୋଗୀ ବିଶ୍ବରଂଜନ ସେଠ୍ ଏବଂ ଏସ୍‌ସିଓ ତୁଷ‌ାରକାନ୍ତ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବିଡିଓ ଚିଠି କରିଛନ୍ତି।

ସୂଚନା ଅନୁସାରେ, ଫାର୍ମପଣ୍ଡ ଗୁଡ଼ିକର ବିନା କାମରେ ଲକ୍ଷାଧିକ ଟଙ୍କାର ବିଲ୍‌ ହୋଇ ପୈଠ ହୋଇଥିବା କାଗଜାତପତ୍ର ଯାଂଚରୁ ଜଣାପଡ଼ିଛି। ୨୦୨୧-୨୨ ଆର୍ଥିକ ବର୍ଷରେ କୌଣସି କାର୍ଯ୍ୟ ନହୋଇ କିମ୍ବା ଫାର୍ମପଣ୍ଡ ଖନନ ନ କରି ଗୁଦେରପାଲି ପଞ୍ଚାୟତ ବେହେରାବାହାଲି ଗ୍ରାମର ଧରଣୀ ସାହୁ କାର୍ଯ୍ୟାଦେଶ କୋଡ୍‌ ୨୪୧୪୦୦୮/ଆଇଏଫ୍‌/୧୦୪୯୦୦୩୮ରେ ୫୫, ୬୮୫ଟଙ୍କା, ସେହି ଗ୍ରାମର ପ୍ରଫୁଲ୍ଲ ପାତ୍ରଙ୍କ କାର୍ଯ୍ୟାଦେଶ କୋଡ୍‌ ୨୪୧୪୦୦୮/ଆଇଏଫ୍‌/୧୦୪୯୦୧୨୪ରେ ୫୨,୬୭୫ ଟଙ୍କା ପୈଠ ହୋଇଥିଲା। ଅନୁସନ୍ଧାନରୁ ଜଣାଯାଇଛି, ଉକ୍ତ ଦୁଇଜଣ ଏ ବିଷୟରେ କିଛି ଜାଣି ନଥିଲେ। କିମ୍ବା କୌଣସି ଫାର୍ମ ଫଣ୍ଡ ଖୋଳା ଯାଇନାହିଁ। ସେହିପରି ଫିରିଙ୍ଗିମାଲ ଗ୍ରାମର ଶ୍ୟାମସୁନ୍ଦର ସୁନାଙ୍କ ଫାର୍ମପଣ୍ଡ ଖନନ ପାଇଁ ତତ୍କାଳୀନ ଜନୈକ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ମାଗିଥିବା ଅଭିଯୋଗ ହେଉଛି। ସେହି ବାବଦରେ ଶ୍ରୀ ସୁନା ନିଜ ସାଙ୍ଗ ଉତ୍ତମ ସାହୁଙ୍କ ଆକାଉଣ୍ଟରୁ ଫୋନ-ପେ' ମାଧ୍ୟମରେ ଉକ୍ତ ଯନ୍ତ୍ରୀଙ୍କୁ ପାଞ୍ଚ ହଜାର ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା। ଯାହାର ସ୍କ୍ରିନ୍‌ ସଟ୍‌ 'ସମ୍ବାଦ'ର ହସ୍ତଗତ ହୋଇଥିଲା। ପୁଣି ଚାଣ୍ଟିପାଲି ପଞ୍ଚାୟତ ଜଡ଼ାଗଞ୍ଜା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଗୋଟିଏ ପ୍ଲଟ୍‌ରେ ଲଗାତାର ୬ଟି ଫାର୍ମପଣ୍ଡ ଖୋଳା ଯାଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe