ବନ୍ଦହେଲା ଜାନକୀବଲ୍ଲଭ ସ୍ମୃତି ଉଦ୍ୟାନ

Advertisment
ବନ୍ଦହେଲା ଜାନକୀବଲ୍ଲଭ ସ୍ମୃତି ଉଦ୍ୟାନ

Sambad

ଖୋର୍ଦ୍ଧା: ଖୋର୍ଦ୍ଧାର ବୃହତ୍ ପାର୍କ ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନକୁ ମଇ ୧ ତାରିଖ ଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ବନ୍ଦ ରଖିବାକୁ ପାର୍କ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଓ ପାର୍କକୁ ଆସିବା ଲୋକମାନେ କରୋନା ନିୟମ ମାନୁନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସ୍ମୃତି କମିଟିର ସମ୍ପାଦକ ସଂଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏନେଇ ସୂଚନା ଦେଇ ସେ କହିଛନ୍ତି ଯେ ଚାପଗ୍ରସ୍ତ ଜୀବନରେ ସାମୟିକ ମାନସିକ ଶାନ୍ତି ପାଇଁ ଲୋକମାନେ ପାର୍କ ଆସିଥାନ୍ତି।

କିନ୍ତୁ କରୋନା ସମୟରେ ପାର୍କକୁ ଆସୁଥିବା ଲୋକମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ହାତ ସାନିଟାଇଜ୍ କରିବା ଆଦି ନିୟମ ପାଳନ କରୁନାହାଁନ୍ତି। ଏଣୁ ଏହାକୁ ରୋକିବାକୁ ଆସନ୍ତା ମଇ ତାରିଖ ଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ପାର୍କ ବନ୍ଦ ରଖିବାକୁ କମିଟି ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିକୁ ଜନସାଧାରଣ ଗ୍ରହଣ କରିବାକୁ କମିଟି ଅନୁରୋଧ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe