Sambad
ଭଞ୍ଜନଗର: ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢ଼ାଳ ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ପଦ୍ମନାଭ ପ୍ରଧାନ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ କୃଷ୍ଣ ବେଶ ଧାରଣ କରିଥିଲେ। କୃଷ୍ଣ ବେଶଧାରୀ ଶିଶୁ ମାନଙ୍କୁ ବନ୍ଦାପନା କରାଯାଇ ଦହି ଖୁଆଇ ଦୋଳିରେ ଝୁଲାଇବା ରୀତିନୀତି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ସୁଶାନ୍ତ କୁମାର ବେହେରା ସଂଯୋଜନା କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।
Sambadସେହିପରି ଡିଏଭି ପିଟିଏସଆର ପବ୍ଲିକ ସ୍କୁଲ ପରିସରରେ ପ୍ରଧାନଶିକ୍ଷକ ବାସୁଦେବ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଜନ୍ମାଷ୍ଟମୀ ପାଳିତ ହୋଇଛି। ଏଲକେଜି ଠାରୁ ଆରମ୍ଭ କରି ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶ ଧାରଣ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଧରିତ୍ରୀବାଳା ପଣ୍ଡା କୃଷ୍ଣଙ୍କ ସଂର୍ପକରେ କହିବା ସହ ତାଙ୍କର ବାଲ୍ୟଲୀଳା ଓ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧିତ ପ୍ରଶ୍ନମାନ ପଚାରିଥିଲେ।ଏଥିରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ କରିଥିଲେ।
Follow Us