ଜରାସିଂହା ପାଟଖଣ୍ଡା ଯାତ୍ରା: ପାଟଣାଗଡ଼ରୁ ପହଞ୍ଚିଲା ପାଟସିନ୍ଦୁର, ଆସନ୍ତାକାଲି ସ୍ୱତନ୍ତ୍ର ପୂଜା

Advertisment
ଜରାସିଂହା ପାଟଖଣ୍ଡା ଯାତ୍ରା: ପାଟଣାଗଡ଼ରୁ ପହଞ୍ଚିଲା ପାଟସିନ୍ଦୁର, ଆସନ୍ତାକାଲି ସ୍ୱତନ୍ତ୍ର ପୂଜା

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ପାଟଖଣ୍ଡା ଯାତ୍ରା ପାଇଁ ପାଟସିନ୍ଦୁର ଶନିବାର ବିଳମ୍ବିତ ରାତିରେ ପହଞ୍ଚିଛି। ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଯାତ୍ରାର ରୀତିନୀତି ଅନୁଷ୍ଠିତ ହେଉଛି।

ପରମ୍ପରା ଅନୁଯାୟୀ ପାଟଣାଗଡ଼ ପାଟଣେଶ୍ୱରୀ ମନ୍ଦିରରୁ ପାଟ ଓ ସିଦୂରକୁ ପାଟଖଣ୍ଡାଙ୍କ ସେବକ ଲିଟି ପଥିରିମାଳୀ ଓ ଏକାଦଶିଆ ନାଏକ ଚାଲି ଚାଲି ଆଣିଥିଲେ। ସେମାନେ ପାଟ ସିନ୍ଦୂରକୁ ୨୧ଟି ଗାଁ ଦେଇ ଆସିଛନ୍ତି। ଶନିବାର ସକାଳ ୭ ଟାରୁ ପାଟଣାଗଡ଼ରୁ ବାହାରି ଥିବା ପାଟ ସିନ୍ଦୁର ବିଳମ୍ବିତ ରାତିରେ ଦେଓଗାଁସ୍ଥିତ ମସଲିଆ ଘରେ ପହଞ୍ଚି ଛି। ଏଠାରେ ମସଲିଆ ପରିବାର ଲୋକ ପାଟ ସିନ୍ଦୁରକୁ ଦର୍ଶନ କଲା ପରେ ଚନ୍ଦ୍ରପୁର ଗାଁ ଦେଇ ଜରସିଂହାରେ ପହଞ୍ଚିିବ। କିନ୍ତୁ ଚଳିତ ବର୍ଷ ପାଟ ସିନ୍ଦୁର ଆଣିଥିବା ଦେହୁରୀମାନେ ଚନ୍ଦ୍ରପୁର ଗାଁ ଠାରେ ବିଶ୍ରାମ ନେବାର କାର୍ଯ୍ୟ ସୂଚୀ ରହିଛି। ଯାହାଫଳରେ ରବିବାର ସକାଳୁ ଜରାସିଂହା ଗାଁରେ ଭକ୍ତଙ୍କ ବିନା ସମାଗମରେ ପାଟସିନ୍ଦୁରକୁ ବରଣ କରି ପାଟଖଣ୍ଡା ମନ୍ଦିରକୁ ନିଆଯିବ। ଏହା ପରେ ପାଟଖଣ୍ଡା ଯାତ୍ରା ଆରମ୍ଭ ହେବ।

publive-image

ପାଟ ସିିନ୍ଦୁୁୁର ବରଣ ସମୟରେ ଜରାସିଂହା ଗାଁ ର ଲୋକମାନେ କୋଭିଡ କଟକଣା ପାଇଁ ବାହାରକୁ ନ ବାହାରି ନିଜ ଘର ସମ୍ମୁଖରେ ରହି ଦର୍ଶନ କରିବାକୁ ଜରାସିଂହା ବିଏନଏର ସଭାପତି ପୁରୁଷୋତ୍ତମ ଥନାପତି ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe