ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ପାର୍ଥିବ ଶରୀରକୁ ପରିବାର ଲୋକଙ୍କ ଅପେକ୍ଷା

Advertisment
ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ପାର୍ଥିବ ଶରୀରକୁ ପରିବାର ଲୋକଙ୍କ ଅପେକ୍ଷା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁହୁରାକୋଟ ଗ୍ରାମର ଜଣେ କାର୍ଯ୍ୟରତ ବୀର ଯବାନଙ୍କର ଚିକିତ୍ସାଧୀନ ଅବସ୍ଥାରେ କୋଲକାତାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଖବର ପ୍ରସାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛ।

publive-image

ସୂଚନା ଅନୁସାରେ, କୁହୁରାକୋଟ ଗ୍ରାମର ସ୍ୱର୍ଗତଃ ନିରଗତ ମାଝୀଙ୍କ ଚତୁର୍ଥ ପୁଅ ବଳଦେବ ମାଝୀ (୪୫) ମଣିପୁର-ଆସାମ ରାଇଫଲ ବାଟାଲିୟନରେ ଯବାନ ଭାବେ ଆଜିକୁ ପ୍ରାୟ ୨୨ ବର୍ଷ ହେବ କାର୍ଯ୍ୟରତ ଥିଲେ। ସେ ଗତ କିଛି ବର୍ଷ ହେବ ଅସୁସ୍ଥ ଥିବାରୁ ତାଙ୍କୁ ସେନା ତରଫରୁ କୋଲକାତାର ଏକ ମେଡିକାଲରେ ଚିକିତ୍ସିତ କରାଯାଉଥିଲା। ତେବେ ଗତ ଶନିବାର ଦିନ ଭୋର ସକାଳ ୪ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ଖବର ଝରିଗାଁ ଥାନାକୁ ଗତକାଲି ଆସିବା ପରେ ଘଟଣା ନେଇ ପରିବାରକୁ ସୂଚନା ଦିଆଯାଇଥିଲା।

publive-image

ଏଠାରେ ପ୍ରକାଶ ଯେ ମୃତ ବୀର ଯବାନଙ୍କ ପରିବାର କହିଲେ ସ୍ତ୍ରୀ କମଳା ମାଝୀ ଏବଂ ୨ ପୁଅ ଜଣେ ଝିଅ। ତାଙ୍କ ପରିବାର କୁହୁରାକୋଟ ଗ୍ରାମରେ ରହୁଛନ୍ତି। କିନ୍ତୁ ବୀର ଯବାନଙ୍କ ମୃତ୍ୟୁ ଖବର ଆସିବା ପରେ ପରିବାର ଦୁଃଖରେ ଭାଙ୍ଗିପଡିଥିବା ବେଳେ ସ୍ତ୍ରୀ କମଳା ସ୍ୱାମୀଙ୍କ ବାଟକୁ ଅପେକ୍ଷା କରିଛନ୍ତି । ଗତବର୍ଷ ଦିପାବଳୀ ପର୍ବରେ ସ୍ୱର୍ଗତଃ ଯବାନ ବଳଦେବ ନିଜ ଘରକୁ ଆସିଥିଲେ ଏବଂ ଏକ ମାସ ରହିବା ପରେ ପୁଣି ଫେରିଯାଇଥିଲେ ବୋଲି ପରିବାର ଲୋକେ କହିଛନ୍ତି। ଆଜି ବିଳମ୍ବିତ ରାତିରେ ନିଜ ଗ୍ରାମ କୁହୁରାକୋଟକୁ ଆମ୍ବୁଲାନ୍ସ ଯୋଗେ ତାଙ୍କର ପାର୍ଥିବ ଶରୀର ଆସିବ ବୋଲି ସୂଚନା ମିଳିଛି। ଏହିପରି ଦୁଃଖଦ ଘଟଣା ପରେ ପ୍ରଶାସନ ତରଫରୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe