ଜଂଗଲରେ ୫ ଦିନ ଧରି ଫସିଥିଲେ ଯବାନ: ହେଲିକେପ୍ଟର ଯୋଗେ ଉଦ୍ଧାର କରାଗଲା

Advertisment
ଜଂଗଲରେ ୫ ଦିନ ଧରି ଫସିଥିଲେ ଯବାନ: ହେଲିକେପ୍ଟର ଯୋଗେ ଉଦ୍ଧାର କରାଗଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଏବଂ ତେଲେଙ୍ଗାନା ସୀମାରେ ଫସିଥିବା ଗ୍ରେହାଉଣ୍ଡ ଯବାନଙ୍କୁ ୫ ଦିନ ପରେ ଉଦ୍ଧାର କରାଯାଇଛି।ଛତିଶଗଡରେ ଚାଲିଥିବା ଅପରେସନ କଗାର ଯୋଜନାରେ ବିଜାପୁର ପୁଲିସ ଏବଂ ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନ ମିଳିତ ଭାବେ ସୀମାରେ କୁମ୍ବିଂ କରୁଥିଲେ। ତେବେ ଲଗାଣ ବର୍ଷାରେ ଚାରିପଟ ନଦୀ ଫୁଲିଯିବା ଏବଂ ଜଂଗଲରୁ ପଦାକୁ ବାହାରିବା ମୁସକିଲ ହୋଇଯିବାରୁ ଯବାନ ବାହାରିପାରିନଥିଲେ। ତାଂକ ନିକଟରେ ଥିବା ସମସ୍ତ ଶୁଖିଲା ଖାଦ୍ୟ ମଧ୍ୟ ସରିଯାଇଥିଲା।

publive-image

ଭୋକ ଉପାସରେ ଯବାନ ଜଂଗଲରେ ବର୍ଷାରେ ଦିନରାତି କାଟୁଥିଲେ। ଏ ସଂପର୍କରେ ପ୍ରଶାସନ ଜାଣିବା ପରେ ତୁରନ୍ତ ଆଜି ହେଲିକେପ୍ଟର ଯୋଗେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତ ଯବାନ ଚାଲିପାରୁନଥିବା ଦେଖିବାକୁ ମିଳିଥିଲା। ବହୁ ଯବାନଙ୍କୁ କାନ୍ଧ କରି ହେଲିକେପ୍ଟର ନିକଟକୁ ଅଣାଯାଇଥିଲା। ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଯବାନ ଜଂଗଲରେ ହିଁ ରହିଲେ ହିଁ ଜୀବନ ବଞ୍ଚାଇପାରିବେ ଭାବି ଜଂଗଲରେ ଅଖିଆ ଅପିଆ ପଡି ରହିଥିଲେ। ସମସ୍ତ ଯବାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe