ମାଓବାଦୀଙ୍କ ବୋମା ବିସ୍ଫୋରଣରେ ଆହତ ମହିଳାଙ୍କୁ ୭କିମି ଭାରରେ ବୋହିଲେ ଯବାନ

Advertisment
ମାଓବାଦୀଙ୍କ ବୋମା ବିସ୍ଫୋରଣରେ ଆହତ ମହିଳାଙ୍କୁ ୭କିମି ଭାରରେ ବୋହିଲେ ଯବାନ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରୁ ଗତ ଶନିବାର ଦିନ ବିଜାପୁର ଗଙ୍ଗାଲୁର ଥାନା ଅନ୍ତର୍ଗତ ବୁର୍ଜି ଜଙ୍ଗଲରେ ସିଆରପିଏଫ ଯବାନମାନେ କମ୍ବିଂ ସାରି ଫେରୁଥିଲେ । ଠିକ୍‌ ଏହି ସମୟରେ ମାଓବାଦୀ ଖଞ୍ଜିଥିବା ପ୍ରେସର ବୋମା ବିସ୍ଫୋରଣ ହେଇଥିଲା । ଏଥିରେ ସେହି ବାଟରେ ଯାଉଥିବା ପୁଷ୍ନାର ଅଞ୍ଚଳର ଦୁଇ ଜଣ ଆଦିବାସୀ ମହିଳା ଆହତ ହୋଇଥିଲେ।

publive-image

ତେବେ ଆହତ ମହିଳାଙ୍କ ପାଖରେ କମ୍ବିଂ ସାରି ଫେରୁଥିବା ଯବାନମାନେ ଦେବଦୂତ ସାଜି ପହଞ୍ଚିଥିଲେ ଏବଂ ବାଉଁଶରେ ଭାର କରି ୭କିମି ପର୍ଯ୍ୟନ୍ତ ବୋହି ଗଙ୍ଗାଲୁର ମୁଖ୍ୟ ରାସ୍ତାକୁ ଆଣିଥିଲେ। ସେଠାରୁ ୧୦୮ ଆମ୍ବୁଲାନ୍‌ସ ଯୋଗେ ବିଜାପୁର ମୁଖ୍ୟ ଡାକ୍ତରଖାନାକୁ ସେମାନଙ୍କୁ ଚିକିତ୍ସା ପାଇଁ ନିଆଯାଇଛି ।

publive-image

କେବଳ ଏତିକି ନୁହେଁ, ଯବାନମାନେ ଜଙ୍ଗଲ ଭିତରେ ମହିଳାଙ୍କୁ ଭାରରେ ବୋହି ଆଣୁଥିବା ବାଟରେ ମାଓବାଦୀଙ୍କ ଆଉ ଏକ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ସିଆରପିଏଫ ଯବାନ ମଧ୍ୟ ଆହତ ହୋଇଥିଲେ।ଏହା ସତ୍ତ୍ୱେ ବି ଯବାନ ନିଜ କର୍ମରେ ତିଳେମାତ୍ର ହେଳା ନକରି, ପ୍ରତିମୁହୂର୍ତ୍ତରେ ବିପଦକୁ ସାମ୍ନା କରି ରକ୍ତମୁଖା ଲାଲବାହିନୀ ସହ ଲଢିଥିଲେ।

ଏନେଇ ବିଜାପୁର ଏସପି ପ୍ରତିକ୍ରିୟା ରଖି କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ କମ୍ପିଂ ଅପରେସନକୁ ଜୋରଦାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe