ମାଲକାନଗିରି: ମାଲାକାନଗିରି ସୀମାନ୍ତ ଛତିଶଗଡରେ ନକ୍ସଲ ଦମନ ନେଇ ଯବାନ ରାତି ଦିନ ଏକ କରି ଦେଇଛନ୍ତି। ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ଛତିଶଗଡରୁ ନକ୍ସଲ ହଟିବା ନେଇ ସଂପୂର୍ଣ୍ଣ ଭାବେ କାମ କରାଯାଉଛି। ଯାହାର ଫଳସ୍ବରୂପ ଲଗାତାର ପୁଲିସକୁ ସଫଳତା ମିଳୁଛି।
ବୁଧବାର ପୁଣି ନକ୍ସଲଙ୍କର ଏକ ହାଇଟେକ ତାଲିମ ଶିବିରକୁ ଯବାନ ନିଜ କବଜାକୁ ନେଇଛନ୍ତି। ତେଲେଙ୍ଗାନା ଏବଂ ବିଜାପୁର ସୀମାନ୍ତ ଭଟ୍ଟିଗୁଡା ଜଙ୍ଗଲରେ ନକ୍ସଲ ଏକ ବିରାଟ ହାଇଟେକ ତାଲିମ ଶିବିର ସହ ଏକ ୫୦- ଫୁଟ ଉଚ୍ଚର ସହିଦ ସ୍ମାରକୀ ମଧ୍ୟ ନିର୍ମାଣ କରିଥିଲେ।
ଏଠାରେ ନକ୍ସଲର ସମସ୍ତ ବଡ ବଡ କ୍ୟାଡର ନକ୍ସଲ ଅନ୍ୟ ନକ୍ସଲମାନଙ୍କୁ ତାଲିମ ପ୍ରଦାନ କରୁଥିଲେ। ଏଥିସହ ସମସ୍ତ ବୈଠକ ଏବଂ ପ୍ରଜାକୋର୍ଟ ମଧ୍ୟ ଏଠାରେ ଅନୁଷ୍ଠିତ ହେଉଥିଲା। ସହିଦ ସପ୍ତାହ ଠାରୁ ଆରମ୍ଭ କରି ପିଏଲଜିଏ ସପ୍ତାହ ପାଳନ ମଧ୍ୟ ଏଠାରେ ଧୁମଧାମରେ ପାଳନ ହେଉଥିଲା।
ଯବାନ ଏହି ଦୁର୍ଗମ ଅଂଚଳରେ ପହଞ୍ଚି ଏହି ତାଲିମ ଶିବରକୁ ଧ୍ବଂସ କରିବା ସହ ସହିଦ ସ୍ମାରକୀକୁ ମଧ୍ୟ ଧ୍ବଂସ କରିଛନ୍ତି। ବିଜାପୁର ଜିଲ୍ଲାର କୋବ୍ରା ଯବାନ ଏହି ତାଲିମ କେନ୍ଦ୍ରକୁ ଭାଙ୍ଗି ଥିବା କୁହାଯାଇଛି। ଏଠାରେ ନକ୍ସଲ ରହିବା ପାଇଁ କୁଡିଆଗୁଡିକ ମଧ୍ୟ ନିର୍ମାଣ ହୋଇଥିଲା।
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ୧୩୩ ରନ୍ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ
ଏହି ଶିବିରଟି ଘଞ୍ଚ ଜଂଗଲ ମଧ୍ୟରେ ରହିଥିବାରୁ ଏଠାକୁ ପୁଲିସ ପହଞ୍ଚିବା ଏକ ପ୍ରକାର କାଠିକର ପାଠ ଥିଲା। କିନ୍ତୁ ଏବେ ସବୁ ସ୍ଥିତି ଧିରେ ଧିରେ ବଦଳୁଥିବାରୁ ଯବାନ ନକ୍ସଲଙ୍କର ସମସ୍ତ ଗଡରେ ପହଞ୍ଚି ସେମାନଙ୍କୁ ଧରାଶାୟୀ କରୁଛନ୍ତି। ଏଠାରେ ରହିଥିବା ସ୍ମାରକୀ କେନ୍ଦ୍ରୀୟ କମିଟି ସଦସ୍ୟ କମ୍ରେଡ କଟକମ ସୁଦର୍ଶନଙ୍କର। ଏହି ସଫଳତା ପରେ ଯବାନଙ୍କ ମନବଳ ବଢିଥିବା କୁହାଯାଇଛି।
ଅଧିକ ପଢ଼ନ୍ତୁ: ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା ନିୟମାବଳୀ ୨୦୧୭ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/01/22/IxeqeK2kGnDuVU6dzBsa.jpg)