କୋଲକାତା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କୋଲକାତାରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ୧୩୩ ରନ୍ର ବିଜୟ ଲକ୍ଷ୍ୟ ଦେଇଛି।
ଇଂଲଣ୍ଡ ପକ୍ଷରୁ ଜୋସ୍ ବଟଲର୍ ଦଳ ପାଇଁ ଅଧିନାୟକ ଇନିଂସ ଖେଳିଥିଲେ। ସେ ୮ଚୌକା ଓ ୨ ଛକା ସହାୟତାରେ ୬୮ ରନ ସ୍କୋର କରିଥିଲେ।
ହ୍ୟାରି ବ୍ରୁକ୍ ୧୭ରନ୍ର ଏକ ଇନିଂସ ଖେଳିଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ସାମ୍ନାରେ ବିଶେଷ କିଛି କରିପାରି ନଥିଲେ।
୧୨ ରନ୍ ସ୍କୋର କରିବା ପରେ ଜୋଫର ଆର୍ଚର ଆଉଟ୍ ହୋଇଥିଲେ। ୮ ରନ୍ ସ୍କୋର କରି ଆଦିଲ ରସିଦ ଅପରାଜିତ ରହିଥିଲେ। ଧାର୍ଯ୍ୟ ୨୦ ଓଭରରେ ଇଂଲଣ୍ଡ ଦଳ ୧୩୨ ରନ୍ ସ୍କୋର କରି ଅଲଆଉଟ୍ ହୋଇଥିଲା।
ଅଧିକ ପଢ଼ନ୍ତୁ: ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା ନିୟମାବଳୀ ୨୦୧୭ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ
Timber strikes ✅
— BCCI (@BCCI) January 22, 2025
A double-wicket over ✅
Varun Chakaravarthy picks up two! 👏 👏
Follow The Match ▶️ https://t.co/4jwTIC5zzs#TeamIndia | #INDvENG | @chakaravarthy29 | @IDFCFIRSTBank pic.twitter.com/1TTAWJuvJy
ଭାରତ ପାଇଁ ଅର୍ଶଦୀପ ସିଂ ଏବଂ ବରୁଣ ଚକ୍ରବର୍ତ୍ତୀ ଚମତ୍କାର ବୋଲିଂ କରିଥିଲେ। ଚକ୍ରବର୍ତ୍ତୀ ୪ ଓଭରରେ ୨୩ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଅର୍ଶଦୀପ ଏବଂ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୨ଟି ୱିକେଟ୍ ନେଇଥିଲେ।
Runs in ✅
— BCCI (@BCCI) January 22, 2025
Dives forward ✅
Completes a superb catch ✅
Superb work this is from Nitish Kumar Reddy! 👏 👏
Follow The Match ▶️ https://t.co/4jwTIC5zzs#TeamIndia | #INDvENG | @NKReddy07 | @IDFCFIRSTBank pic.twitter.com/LsKP5QblJO
ଅଧିକ ପଢ଼ନ୍ତୁ: ଟ୍ରେନରେ ନିଆଁ ଲାଗିଥିବାର ଶୁଣି ଡେଇଁପଡ଼ିଲେ ଯାତ୍ରୀ, ମାଡ଼ିଗଲା କର୍ଣ୍ଣାଟକ ଏକ୍ସପ୍ରେସ