ଆରପାରିରେ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି

ଆରପାରିରେ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି

ଜଳେଶ୍ଵର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତି ଆରପାରିରେ। ସେ ଗତ କିଛି ଦିନ ଧରି ଭୁବନେଶ୍ୱର ସ୍ଥିତ ଏମସରେ ଚିକିତ୍ସାଧୀନ ଥିବାବେଳେ ଆଜି ପୂର୍ବାହ୍ନ ୬ ଟା ୫୩ ମିନିଟ ସମୟରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ହାସିମପୁର ଗ୍ରାମରେ ୧୯୫୧ ମସିହା ଅକ୍ଟୋବର ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ଜୟନାରାୟଣ ୧୯୬୮ ମସିହାରେ ବାଲିଆପାଳ ସୁବର୍ଣ୍ଣରେଖା ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ। ଛାତ୍ର ଅବସ୍ଥାରୁ ରାଜନୀତି ରେ ପାଦ ଥାପି ଥିବା ଜୟନାରାୟଣ ଜଳେଶ୍ଵର ନିର୍ବାଚନ ମଣ୍ଡଳୀରେ ୧୯୯୫ ଓ ୨୦୦୦ ମସିହାରେ କଂଗ୍ରେସ ଦଳରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଏହାପରେ ସେ ୨୦୦୪ ନିର୍ବାଚନରେ ପରାଜିତ ହେବା ପରେ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ସେହି କଂଗ୍ରେସ ଦଳରୁ ବସ୍ତା ନିର୍ବାଚନ ମଣ୍ଡଳୀରୁ ନିଜ ଭାଗ୍ୟ ପରୀକ୍ଷା କରି ପରାଜିତ ହୋଇଥିଲେ। ତେବେ ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଜୟନାରାୟଣ ପୁଣି ବିଜେପି ମିଶି ଜଳେଶ୍ଵର ନିର୍ବାଚନ ମଣ୍ଡଳୀରୁ ତାଙ୍କ ଭାଗ୍ୟ ପରୀକ୍ଷା କରିଥିଲେ ମଧ୍ୟ ପୁଣି ପରାଜିତ ହୋଇଥିଲେ। ନିଜର ଶାରୀରିକ ଅସୁସ୍ଥତା କାରଣରୁ ୨୦୧୯ ନିର୍ବାଚନ ପରଠାରୁ ସେ ରାଜନୀତିରେ ବିଶେଷ ସକ୍ରିୟ ନଥିଲେ। ଜଳେଶ୍ଵରରେ ଡ଼ିଆଇ ଅଫିସ, ରାଇବଣିଆକୁ ଯୋଗାଯୋଗ ପାଇଁ ସୁବର୍ଣ୍ଣରେଖା ନଦୀ ଉପରେ ପୋଲ, ଟାଉନ ହଲ, ବହୁ ଶିକ୍ଷାନୁଷ୍ଠାନ, ବାଲିଆପାଳ ଜଗନ୍ନାଥ ମନ୍ଦିର ସହ ଅନେକ ଅନୁଷ୍ଠାନର ସେ ପ୍ରତିଷ୍ଠାତା ଥିଲେ। ତାଙ୍କ ମୃତ୍ୟୁରେ ବାଲେଶ୍ବର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe