ଖୋର୍ଦ୍ଧାରେ ବିଭିନ୍ନ ସ୍ଥାନରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

ଖୋର୍ଦ୍ଧାରେ ବିଭିନ୍ନ ସ୍ଥାନରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

Sambad

ଖୋର୍ଦ୍ଧା: ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୧୪୬ତମ ଜୟନ୍ତୀ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇ ଯାଇଛି। ଖୋର୍ଦ୍ଧା ବ୍ଲକ ହଳଦୀପଦା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ‌ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧାକର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ରାଜ୍ୟ ଛାତ୍ରସଂଗଠନର ଖୋର୍ଦ୍ଧା କମିଟି ସଭାପତି ଶ୍ରୀକାନ୍ତ ନାୟକ, ସମ୍ପାଦକ ଅବିନାଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଗୋପବନ୍ଧୁଙ୍କ କର୍ମମୟ ଜୀବନ, ଓଡ଼ିଶା ପ୍ରତି ତାଙ୍କ ଅନାବିଳ ସ୍ନେହ ଓ ଏହା ବିକାଶ ପ୍ରତି ତାଙ୍କ ଉଦ୍ୟମ ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷକ ନାରାୟଣ ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ। ସେହିଭଳି ଖୋର୍ଦ୍ଧା ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋପାଳକୃଷ୍ଣ ଦାସ ଅଧ୍ୟକ୍ଷତା କରିଥିଲେ।

ଅତିଥି ଭାବେ ସତ୍ୟବାଦୀ ବଳିଆରସିଂହ, ଡଃ. ସସ୍ମିତା ପଟ୍ଟନାୟକ, ଜବହରଲାଲ ସୁବୁଦ୍ଧି, ଉମାଶଙ୍କର ରାମ, କଳିଙ୍ଗ ପାଇକ ସଂଗଠନର ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ଡଃ. ବୃନ୍ଦାବନ ପଣ୍ଡା, ସାମ୍ବାଦିକ ରାମ ନାରାୟଣ ଦାଶ, ବରିଷ୍ଠ ଓକିଲ ବିଜୟ ସାମନ୍ତସିଂହାର, ଡଃ. ରଶ୍ମୀ କର ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁଙ୍କ ଖୋର୍ଦ୍ଧା ସହ ସମ୍ପର୍କ, ସ୍ବାଧୀନତା ଆନ୍ଦୋଳନ, ବନ୍ୟା, ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କ ଅକୁଣ୍ଠ ସେବା, ଓଡ଼ିଆ ସାହିତ୍ୟର ବିକାଶରେ ଯୋଗଦାନ, ସତ୍ୟବାଦୀ ବନ ବିଦ୍ୟାଳୟ, ସମାଜ, ସତ୍ୟବାଦୀ ଆଦି ପତ୍ରିକା ସମ୍ପର୍କରେ ଆଲୋଚନା କରିଥିଲେ। ଗୋପବନ୍ଧୁ ବାସ୍ତବରେ ଉତ୍କଳର ମଣି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଜ୍ୟୋତିପ୍ରଭା ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ମହାରଣା, ବିକ୍ରମ କେଶରୀ ଚମ୍ପତ୍ତି କବିତା ଆବୃତି କରିଥିଲେ। ବିଭୂ ପ୍ରସାଦ ହରିଚନ୍ଦନ ସ୍ବାଗତ ଭାଷଣ ଓଇତିଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe