ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

Advertisment
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

Sambad

ବୈପାରିଗୁଡା: ସେପ୍ଟେମ୍ବର ୨୫ ତାରିଖ ରବିବାର ଦିନ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଂଚାୟତ କାର୍ଯ୍ୟାଳୟ ଠାରେ ନେହୁରୁ ଯୁବ କେନ୍ଦ୍ର ଏବଂ ସ୍ଥାନୀୟ ତାରିଣୀ ଯୁବକ ସଙ୍ଘର ମିଳିତ ଆନୁକୂଲ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ରାମଗିର ଅଂଚଳର ଅଖପାଖ ବିଭିନ୍ନ ଯୁବକ ସଙ୍ଘ ମଧ୍ୟରୁ ସୁରିୟା ୟୁଥ କ୍ଲବ, ନୂଆଗୁଡା ଯୁବକ ସଙ୍ଘ, ବିରୋଖମ୍ବ ଯୁବକ ସଙ୍ଘ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥିଭାବେ ତାରିଣୀ ଯୁବକ ସଙ୍ଘ ସଭାପତି ସି.ଏଚ୍.ପ୍ରଭାକର ରାଓ, କନ୍ଧ ସମାଜ ସଭାପତି କୁଶ ମକ୍ଷଣ୍ଡି, ସମାଜସେବୀ ଅଭି ଚାରିକି, ଦଶରଥୀ ଗଟାନ, ଶ୍ୟାମ ମାଳି, ଭଗବାନ ଦୋରା ଏବଂ ଜିତେରନ୍ଦ୍ର ବାଗଦେରିଆ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ପଣ୍ଡିତଙ୍କ ଫୋଟ ଚିତ୍ରରେ ପୂଜା ଅର୍ଚନା କରାଯାଇଥିଲା ଏବଂ
ଦିନଦିୟାଲ ଉପାଧ୍ୟାୟଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ। ପରେ ରାଲିର ଆୟୋଜନ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି। ନେହୁରୁ ଯୁବ କେନ୍ଦ୍ର ସ୍ବେଛାସେବୀ ସୁନିତା ସେଠି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe