କୋଭିଡରେ ସଂକ୍ରମିତ ଜୟପୁର ବିଧାୟକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

Advertisment
କୋଭିଡରେ ସଂକ୍ରମିତ ଜୟପୁର ବିଧାୟକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

Sambad

ଜୟପୁର: କୋଭିଡରେ ସଂକ୍ରମିତ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ତେବେ ସେ କିଛି ଦିନ ଧରି ଭୁବନେଶ୍ବରର ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ରହିବେ। ସଂପୁର୍ଣ୍ଣ ସୁସ୍ଥ ହେବା ପରେ ହିଁ ଡାକ୍ତରଖାନା ପକ୍ଷରୁ ଛଡାଯିବ ବୋଲି ସୂଚନା ମିଳିଛି। ଗତ କିଛି ଦିନ ପୂର୍ବରୁ ତାଙ୍କ ଦୁଇ ସାନ ଭାଇ ବି ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ। ଗତ କିଛି ଦିନ ହେବ ସେ ଏଆଇସିସିର ନିର୍ଦେଶକ୍ରମେ ନିଜ ନିର୍ବାଚନମଣ୍ଡଳୀରେ ମାସ୍କ, ସାନିଟାଇଜର ଆଦି ବିତରଣ କରିବା ସହ କରୋନା ସଂପର୍କରେ ସଚେତନତା ସୃଷ୍ଟି କରୁଥିଲେ।

ତେବେ ସେ ସଂକ୍ରମିତ ହେବା ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ସାଂସଦ ସପ୍ତଗିରୀ ଉଲ୍ଲାକା ପ୍ରମୁଖ ଆଶୁ ଆରୋଗ୍ୟ କାମନା କରି ଟ୍ବିଟ୍ କରିଛନ୍ତି। ବିଧାୟକ ଫୋନ କରି ସେ ସୁସ୍ଥ ରହିଥିବା ଏବଂ ଚିକିତ୍ସାଧୀନ ରହିଥିବା କହିଛନ୍ତି। ଯୁବକ ମାନେ ଅମାନିଆ ହୋଇ ନ ବୁଲି ଘରେ ରହିବାକୁ ବିଧାୟକ ଅନୁରୋଧ କରିଛନ୍ତି। ଅତ୍ୟାଧିକ ଜରୁରୀ ନ ହେଲେ ଘରୁ ନ ବାହାରିବାକୁ, ବାହାରିଲେ ଡବଲ୍ ମାସ୍କ ପିନ୍ଧିବା, ସମାଜିକ ଦୂରତାକୁ ବଜାୟ ରଖିବାକୁ ବିଧାୟକ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe