ଜେସିବି ଅପରେଟରଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ସମୁଦ୍ରରେ ଗାଧୋଇବା ବେଳେ ପୁଣି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଖଇରିପାଲୀ ଫାଣ୍ଡି ଅନ୍ତର୍ଗତ ପଳସମା ପଞ୍ଚାୟତର ଦେହୁରିପାଲୀରେ ଏକ ଇଟା ଫ୍ୟାକ୍ଟ୍ରରେ ଶୋଇଥିବା ବେଳେ ଜଣେ ଜେସିବି ଅପରେଟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ତିଲେଇବଣୀ ବ୍ଲକ ପ୍ରଭାଶୁଣୀ ଗ୍ରାମର ଦୁଃଖୀଆ ବାର୍ଲା (୪୫)। ସୂଚନା ଥାଉକି, ଆଜିକୁ ୪ ବର୍ଷ ହେବ କାଳିଆ ଦେହୁରୀପାଲୀରେ ଲଳିତ ପ୍ରଧାନଙ୍କ ଜେଜିବି ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ଛୁଟିରେ ଘରକୁ ଯାଇଥିଲେ। ରବିବାର ଲଳିତ ତାଙ୍କ ଘରକୁ ଯାଇ ନେଇକି ଆସିଥିଲେ। ସେ ରବିବାର ରାତିରେ ମଦ୍ୟପ ଅବସ୍ଥାରେ ଥିଲେ। ରାତିରେ କିଛି ନ ଖାଇ ନିଜ ପୁତୁରା ଅଜୟ ଏକ୍କା ସହ ଗୋଟିଏ ଖଟରେ ଶୋଇଥିଲେ। ତାଙ୍କ ସହ ଇଟା ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ଅନ୍ୟମାନେ ମଧ୍ୟ ଶୋଇଥିଲେ।

ସକାଳୁ ସମସ୍ତେ ଉଠିଥିଲେ ମାତ୍ର ଦୁଃଖିଆ ଉଠି ନଥିଲେ। ତାଙ୍କ ପୁତୁରା ଓ ଅନ୍ୟମାନେ ଉଠାଇଲେ ମଧ୍ୟ ଉଠି ନଥିଲେ। ଏ ବାବଦରେ ସେମାନେ ମାଲିକ ଲଳିତକୁ ଜଣାଇଥିଲେ। ଲଳିତ ଆସି ଏ ବାବଦରେ ଖଇରିପାଲୀ ଫାଣ୍ଡି ଅଧିକାରୀକୁ ଜଣାଇଥିଲେ। ଫାଣ୍ଡି ଅଧିକାରୀ ଗୋପବନ୍ଧୁ ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ଏହା ପରେ ଢେଙ୍କାନାଳରୁ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଛନ୍ତି। ଦୁଃଖିଆର ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବା ବେଳେ କିଭଳି ମୃତ୍ୟୁ ଘଟିଛି ତାହା ସନ୍ଦେହ ଘେରରେ ରହିଛି। ଶବ ବ୍ୟବେଛେଦ ପାଇଁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଯାଇଛି। ରିପୋର୍ଟ ଆସିବା ପରେ ସତ୍ୟତା ଜଣା ପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe