ଭିଜିଲାନ୍ସ ଜାଲରେ ବ୍ଲକ ଜିପିଟିଏ, ମିଳିଲା ୬୦ଟି ପ୍ଲଟ ଓ ଅନ୍ୟ ଆୟ ବହିର୍ଭୁତ ସଂପତ୍ତିର ସନ୍ଧାନ

Advertisment
ଭିଜିଲାନ୍ସ ଜାଲରେ ବ୍ଲକ ଜିପିଟିଏ, ମିଳିଲା ୬୦ଟି ପ୍ଲଟ ଓ ଅନ୍ୟ ଆୟ ବହିର୍ଭୁତ ସଂପତ୍ତିର ସନ୍ଧାନ

ଦେବଗଡ଼ :  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ (ଜିପିଟିଏ) ବିକାଶ ବେହେରାଙ୍କ ଘରେ ଚଢଉ କରାଯାଇଛି । ତାଙ୍କର ପ୍ରାୟ ୬୦ଟି ପ୍ଲଟ ସମେତ ଅନ୍ୟାନ୍ୟ ସମ୍ପତ୍ତି ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଭିଜିଲାନ୍ସ ବିଭାଗର ୩ଟି ଟିମ ବାଲାମସ୍ଥିତ ବିକାଶଙ୍କ ଘର ସମେତ ଜିଲ୍ଲାର ୩ଟି ସ୍ଥାନରେ ଏକ ସମୟରେ ଚଢଉ କରିଥିଲେ । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ବିକାଶଙ୍କର ଗୋଟିଏ ଦୁଇ ମହଲା କୋଠା, ୬୦ଟି ପ୍ଲଟ, ଗୋଟିଏ ଚାରିଚକିଆ ଯାନ ଅଛି । ଏହା ସହିତ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଛି ।

ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ବରେ ୨୦ ଜଣ ଅଧିକାରୀ ଏକ ଚଢଉରେ ସାମିଲ ଥିଲେ । ଟିମରେ ୪ ଜଣ ଡିଏସପି, ୨ ଜଣ ଇନ୍ସପେକ୍ଟର ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe